ବନ୍ଧୁଙ୍କ ପାଇଁ ଫିକା ପଡିଗଲା ମହିଳା ଆରକ୍ଷଣ ,ବାଜି ମାରିନେଲେ ବନ୍ଧୁ ଙ୍କ ପୁଅ ,ଶ୍ରିମୟୀ ନିରାଶ

ପ୍ରଥମ ପର୍ଯ୍ୟାୟ ପ୍ରାଥୀ ଘୋଷଣା ରେ କିଛି ନିର୍ବାଚନୀ ମଣ୍ଡଳୀ ର ପ୍ରାଥୀଙ୍କ ନାମ ଘୋଷଣା କରାଯାଇନଥିଲା I ଯେଉଁଥିରେ କି ସ୍ଥାନ ପାଇଥିଲା ବଲାଙ୍ଗୀର I ଏଠାରୁ କାହାକୁ ପ୍ରାଥୀ କରିବେ ଚିନ୍ତାରେ ଥିଲେ ସୁପ୍ରିମ I ଗୋଟେପଟେ ମୁଖ୍ୟମନ୍ତ୍ରୀ ଙ୍କ ବନ୍ଧୁ ତଥା ଅନଙ୍ଗ ଉଦୟ ସିଂହଦେଓ ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିବା ବେଳେ ତାଙ୍କ ସ୍ଥାନରେ ସାନ ପୁଅ ଅର୍କେଶ ସିଂହଦେଓ ଙ୍କୁ ପ୍ରାଥୀ କରିବାକୁ ବନ୍ଧୁ ନବୀନ ଙ୍କ ପାଖରେ ଲବି କରିଥିଲେ ଅନଙ୍ଗ I

ଅପରପକ୍ଷରେ ବଲାଙ୍ଗୀର ର ମୁଖ୍ୟ ପ୍ରତିଦ୍ବନ୍ଦୀ ଥିଲେ ଶ୍ରିମୟୀ I ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିବା ଶ୍ରିମୟୀ ବଲାଙ୍ଗୀର ପାଇଁ ଆଶାବାଦୀ ଥିଲେ Iଏପରିକି ଦଳର 40ଜଣିଆ ଷ୍ଟାର ପ୍ରଚାରକ ଙ୍କ ମଧ୍ୟରେ ଶ୍ରିମୟୀ ସ୍ଥାନ ପାଇଛନ୍ତି I

ତେବେ ଦୀର୍ଘ ଦିନ ଧରି ବଲାଙ୍ଗୀର ରେ ନିଜର ସଂଘଠନ ତିଆରି କରିଥିବା ଶ୍ରିମୟୀ ବିଧାୟିକା ହେବା ପାଇଁ ଜୋରଦାର ଲବି ଆରମ୍ଭ କରିଥିଲେ ,ଯେହେତୁ ଦଳ 33% ମହିଳା କୋଟା ରଖିଥିଲା ,ଏହିକ୍ରମରେ ଶ୍ରିମୟୀ ଙ୍କ ଟିକେଟ ପାଇବା ସହଜ ବୋଲି ତାଙ୍କ ସମର୍ଥକ ମାନେ ଭାବିନେଇଥିଲେ I ଏପରିକି ନବୀନ ଙ୍କ ନିକଟରେ ଲବି ମଧ୍ୟ କରିଥିଲେ I

ଗୋଟେ ପଟେ ବନ୍ଧୁ ଙ୍କ ପୁତ୍ର ସମ୍ପୂର୍ଣ୍ଣ ନୂଆ ମୁଁହ ହେଇଥିବା ବେଳେ ଅନ୍ୟ ପଟେ ଶ୍ରିମୟୀ ଙ୍କ ଦୃଢ ସଂଘଠନ, ଶେଷରେ ବାଜି ମାରିନେଲେ ବନ୍ଧୁ ଙ୍କ ପୁଅ ଅର୍କେଶ ସିଂହଦେଓ I ବହୁ ଆଲୋଚନା ବିଚାର ପରେ ବନ୍ଧୁ ଙ୍କ ପୁଅ କୁ ମିଳିଛି ଟିକେଟ I ନିରାଶ ହେବାକୁ ପଡିଛି ଶ୍ରିମୟୀ ଙ୍କୁ I ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଶ୍ରିମୟୀ ଯଦିଓ ଶ୍ରିମୟୀ ଙ୍କ ସମର୍ଥକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଲାଣି I

Leave a Reply

Your email address will not be published. Required fields are marked *