ଆସନ୍ତାକାଲି ପଦ୍ମ ଧରିବେ ବିଜୟ ମହାପାତ୍ର। ଛାଡ଼ିବେ ନାହିଁ ମହାକାଳପଡ଼ା..!

ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଓ ବିଜେପି କୁ ନେଇ ଆଜି କାଲି ଅନେକ ଚର୍ଚ୍ଚା ଓ ଗୁଜବ ଜୋର୍ ଧରୁଥିବା ବେଳେ ଏ ନେଇ ଏକ ବିଶେଷ ସୂତ୍ରରୁ ମିଳିଛି କିଛି ସ୍ପଷ୍ଟୀକରଣ। ଯାହା ଅନୁସାରେ ବିଜୟ ମହାପାତ୍ର ଆସନ୍ତା ବୁଧବାର ଦିନ ବିଜେପି ର ପଦ୍ମ ଧରି ପୁଣି ଓହ୍ଲାଇବେ ତାଙ୍କ ଅତି ପରିଚିତ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀ କୁ।

ଅନେକ ସଭା ରେ ମଧ୍ୟ ବିଜୟ ମହାପାତ୍ର ଏହା କହିଆସିଛନ୍ତି ଯେ ସେ ସର୍ବଦା ମହାକାଳପଡ଼ା ବାସୀଙ୍କ ସହ ରହିଥିଲେ, ରହିଛନ୍ତି ଏବଂ ରହିବେ ମଧ୍ୟ। ମହାକାଳପଡ଼ା ଅଞ୍ଚଳ ବାସୀଙ୍କ ସୁଖ ଦୁଃଖରେ ସେ ସଦାସର୍ବଦା ସମର୍ପିତ ଏବଂ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ସେବା ଜାରି ରଖିବେ।ଯେ ସେ ଯେଉଁ ବି ଦଳରୁ ଲଢ଼ନ୍ତୁ ନା କାହିଁକି ସେ ସର୍ବଦା ମହାକାଳପଡା ସହ ହିଁ ରହିବେ।ତେବେ ପ୍ରକାଶ ଥାଉ କି ବିଜେଡ଼ି ତରଫରୁ ମହାକାଳପଡ଼ା ରୁ ନିର୍ବାଚନ ଲଢ଼ିବେ ଅତନୁ ସବ୍ୟସାଚୀ ନାୟକ।ଏ

ନେକ ଚର୍ଚ୍ଚା ଓ ମନ ମାଳିନ୍ୟ ପରେ ମଧ୍ୟ ନିଜର ଭାବୁଥିବା ଦଳ ଉପରେ ଅଭିମାନ କରିନାହାନ୍ତି ବିଜୟ ଏହି ଦଳ ମଧ୍ୟ ତାଙ୍କୁ ଅତି ଖୁସିର ସହ ସ୍ବାଗତ କରୁଚି ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *