ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରି ଆସିଛନ୍ତି ବିଜେପି ଜାତୀୟ ମୁଖପାତ୍ର ,ପୁରୀରେ କେବଳ ଶଙ୍ଖ !!

ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀରୁ ଲଢ଼ିବା ନେଇ ଘୋଷଣା ହେବାପରେ ସାରା ଓଡ଼ିଶାରେ ବିଜେପି କର୍ମୀଙ୍କ ପାଇଁ ଖୁଶି ଆସିଯାଇଛି I ସମସ୍ତେ ଖୁସି ମନାଇବାରେ ଲାଗିଛନ୍ତି ,ହେବା ବି ସ୍ୱାଭାବିକ କଥା ,ଓଡିଶାରୁ ଜଣେ ଯୁବକ ବିଜେପି ଭଳି ଏକ ବୃହତ ଦଳକୁ ଗଣମାଧ୍ୟମ ସାମ୍ନା ରେ ଜାତୀୟ ସ୍ତରରେ ପ୍ରତିନିଧିତ୍ବ କରିବା ନିହାତି ଭାବରେ ଓଡିଶା ପାଇଁ ଗର୍ବର କଥା I ତେବେ ଗତକାଲି ସମ୍ବିତ ପୁରୀରେ ଜଗନ୍ନାଥ ଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଙ୍କ ପ୍ରଶ୍ନର ଉତ୍ତର ଦେଉ ଦେଉ କହିଥିଲେ କି ମୋଦି ଏବଂ ବିଜେପି ପାଇଁ ସେ ଜଗନ୍ନାଥ ଙ୍କ ପାଖରେ ପ୍ରାଥନା କରିଛନ୍ତି I

ଭାରତ ଏପରି ଜଣେ ପ୍ରଧାନମନ୍ତ୍ରୀ ଙ୍କୁ ପାଇ ଗର୍ବିତ I ଜଗନ୍ନାଥ ତାଙ୍କ କାଣୀ ଆଙ୍ଗୁଠି ଟାଣି ଆଣି ଏଠାରେ ଲଢ଼ିବାକୁ କହିଛନ୍ତି ସେଥିପାଇଁ ସେ ଆସିଛନ୍ତି I ଏହା ସହିତ କହୁ କହୁ କହିପକାଇଥିଲେ କି ପୁରୀରେ ଶାନ୍ତିର ବାର୍ତ୍ତା ଆସୁ ,ଅପରାଧ ନହେଉ ,ଶଙ୍ଖ ଫୁଟୁ I ଜଗନ୍ନାଥ ଙ୍କ ପାଖରେ ପ୍ରତିଜ୍ଞା କରି ଆସିଛି ଶଙ୍ଖ ଫୁଟିବାକୁ ,ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଟ୍ରଲ କରାଯାଉଛି Iଏହାକୁ ନେଇ ଅଧିକାଂଶ ବିଜେଡି କର୍ମୀ କହିଛନ୍ତି କି ମୁଖପାତ୍ର ଙ୍କ ମୁଁହରୁ ସତ କଥା ବାହାରିଆସିଲା I

Leave a Reply

Your email address will not be published. Required fields are marked *