ଢେଙ୍କାନାଳ ପାଇଁ ସରୋଜ ଙ୍କୁ ମିଳିଲାନି ଟିକେଟ ,ବାଜି ମାରିନେଲେ ସୁଧୀର

Odishaexclusive :-ଆଜି ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା ହେଇଥିବା ବେଳେ ସବୁଠୁ ଅଧିକ ଚର୍ଚ୍ଚାରେ ଥିବା ଢେଙ୍କାନାଳ ରେ ବିଜେଡି ରୁ ବାଜି ମାରିନେଇଛନ୍ତି ସୁଧୀର ସାମଲ I 2014ରେ ବିଧାୟକ ହେଇଥିବା ସରୋଜ ସାମଲ ଙ୍କ ବିରୁଧରେ ଦଳୀୟ ଅସନ୍ତୋଷ ସୃଷ୍ଟି ହେବା ସହିତ ଲୋକଙ୍କ ରୋଷର ଶିକାର ହେଇଥିଲେ ,ଯାହାର କି ଟିକିନିକି ଖବର ତୃତୀୟ ମହଲା ର ନଜର ରେ ରହିଥିଲା I ଢେଙ୍କାନାଳ ରେ ଦଳ ନୂଆ ମୁଁହ ଚାଁହୁଥିବା ବେଳେ କଂଗ୍ରେସ ର ବରିଷ୍ଠ ନେତା ତଥା ପୂର୍ବଥର ସାଂସଦ ପ୍ରାଥୀ ସୁଧୀର ସାମଲ ବିଜେଡି ରେ ଯୋଗ ଦେଇଥିଲେ I

2019 ପାଇଁ ବିଜେଡି ବିଧାୟକ ପାଇଁ ସରୋଜ ସାମଲ ,ସୁଧୀର ସାମଲ,ପୂର୍ବତନ ଡ୍ରିଟ୍ ଅଧ୍ୟକ୍ଷ ଦେବୀପ୍ରସାଦ ଭୂତିଆ,, ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, ହର୍ଷବର୍ଦ୍ଧନ ସିଂହଦେଓ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ କୋଦଣ୍ଡଧର ସାହୁ,ଗଁଦିଆର ଯୁବ ସଂଗଠକ ଇଂ ପ୍ରଦୀପ୍ତ କୁମାର ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ ଙ୍କ ନାମ ଚର୍ଚ୍ଚାରେ ରହିଥିବା ବେଳେ ଶେଷ ମୁହୂର୍ତ ରେ ବାଜି ମାରିନେଇଛନ୍ତି ସୁଧୀର ସାମଲIଅପରପକ୍ଷରେ ସୁଧୀର ବିଜେଡି ରେ ମିଶିବା ପରେ କଂଗ୍ରେସ ନେତୃତ୍ୱ ହୀନ ହେଇପଡିଥିବା ବେଳେ ନବୀନ ନନ୍ଦ କଂଗ୍ରେସ ର ମଙ୍ଗ ଧରିଛନ୍ତି ,ତେଣୁ ବିଜେଡି ଭୋଟ ସହିତ ସୁଧୀର ଙ୍କ କଂଗ୍ରେସ ସହିତ ଥିବା ପୁରୁଣା ସମ୍ପର୍କ ର ଭରପୁର ଫାଇଦା ଉଠାଇବାକୁ ଦଳ ସୁଧୀର ଙ୍କୁ ଟିକେଟ ଦେଇଛି I ସୁଧୀର ପ୍ରାଥୀ ହେବାପରେ ବିଜେଡି ରେ ଖୁଶିର ମାହୋଲ ଖେଳିଯାଇଛି I

Leave a Reply

Your email address will not be published. Required fields are marked *