ଏ-ସାଟ୍‌ ମିସାଇଲ୍‌ ପ୍ରସଙ୍ଗ: ସବୁ ଜିନିଷର ସବୁ ଶ୍ରେୟ ନିଜେ ନେବାରେ ପ୍ରଧାନମନ୍ତ୍ରୀ ମୋଦି ମାହିର-ମମତା

ମୋଦି ଙ୍କ ବିରୁଦ୍ଧ ରେ ପୁଣି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ପଶ୍ଚିମ ବଙ୍ଗ ର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ।

ଗତ କାଲି ମୋଦି ଙ୍କ ଟୁଇର ଏବଂ ସାଟେଲାଇଟ୍ ବିଷୟରେ ମୋଦୀଙ୍କ ଘୋଷଣା କୁ ନେଇ ମମତା ଆଜି ନିଜର ମନ୍ତବ୍ୟ ରଖିଛନ୍ତି।

ସେ କହିଛନ୍ତି ଯେ ସବୁ ଜିନିଷ ର ଶ୍ରେୟ ନେବାରେ ମୋଦି ବେଶ୍ ମାହିର୍। ଏ-ସାଟ୍‌ ମିସାଇଲ୍‌ ପରେ ମଧ୍ୟ ଏହି ଗୁଣ କୁ ବଜାୟ ରଖିଛନ୍ତି ମୋଦି।

ମମତା ଙ୍କ ଅନୁସାରେ ଏ-ସାଟ୍‌ ମିସାଇଲ୍‌ ର ସମସ୍ତ ଶ୍ରେୟ ଡି ଆର ଡି ଓ ର ବୈଜ୍ଞାନିକ ମାନକୁ ଯିବା ଉଚିତ୍।ହେଲେ ଏହାର ଶ୍ରେୟ ମଧ୍ୟ ନିଜେ ମୋଦି ନେବାକୁ ମାଡ଼ି ବସିଛନ୍ତି ଯାହାକି ଉଚିତ୍ ନୁହେଁ।

ଏହି ସଫଳତା ପୁରା ଦେଶ ର। ମୋଦି ଏହାକୁ ନିଜର ରାଜନୈତିକ ସଫଳତା ପାଇଁ ବ୍ୟବହାର ନ କରିବା ଉଚିତ୍।

Leave a Reply

Your email address will not be published. Required fields are marked *