ବୈଜୟନ୍ତ ଙ୍କ ପ୍ରଯୋଜନା ସଂସ୍ଥା ରେ ହିରୋ ହେଇଥିଲେ, ଏବେ ବୈଜୟନ୍ତ ଙ୍କ ସହ ଲଢେଇ କରିବେ ଅନୁଭବ କେନ୍ଦ୍ରାପଡାରେ

କେନ୍ଦ୍ରାପଡା ପାଇଁ ବିଜେପି ରୁ ଲୋକପ୍ରିୟ ନେତା ବୈଜୟନ୍ତ ଙ୍କୁ ଦଳ ଘୋଷଣା କରିଥିବା ବେଳେ ,ବିଜେଡି ରୁ ଲୋକପ୍ରିୟ ନାୟକ ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ଙ୍କୁ ପ୍ରାଥୀ କରାଯାଇଛିI ଏଥରକ ଲଢେଇ ଜୋରଦାର ହେବ ବୋଲି ସମସ୍ତେ ଆକଳନ କରିଥିବା ବେଳେ ଅନୁଭବ କେନ୍ଦ୍ରାପଡା ରୁ ସମ୍ପୂର୍ଣ୍ଣ ନୂଆ ,ପୂର୍ବରୁ କୌଣସି ନିର୍ବାଚନ ଲଢ଼ିବା ଅଭିଜ୍ଞତା ତାଙ୍କର ନାହିଁ I ସିଧାସଳଖ ରାଜ୍ୟସଭା କୁ ଯାଇଥିଲେ ଅପରପକ୍ଷରେ ବୈଜୟନ୍ତ କେନ୍ଦ୍ରାପଡା ରୁ ଦୁଇ ଦୁଇ ଥର ସାଂସଦ ହେଇଛନ୍ତି I

ତେବେ ଅନୁଭବ ବୈଜୟନ୍ତ ଙ୍କ ତରଙ୍ଗ ସିନେ ପ୍ରଡକ୍ସନ ରେ ଚାରୋଟି ଫିଲ୍ମ କରି ସୁପର ହିଟ ହେଇଛନ୍ତି ,ତରଙ୍ଗ ସିନେ ପ୍ରଡକ୍ସନ ତରଫରୁ ଅନେକ ଆୱାର୍ଡ ମଧ୍ୟ ପାଇଛନ୍ତି I 2015 ମସିହାରେ ଗପ ହେଲେ ବି ସତ ରେ ଅଭିନୟ କରି ଜବରଦସ୍ତ ସଫଳତା ପାଇଥିଲେ ଅନୁଭବ ,ଏହାପରେ ଜଗା ହାତରେ ପଘା , ‘ଅଭୟ’ ଏବଂ ‘ପ୍ରେମ କୁମାର:ସେଲ୍ସମ୍ୟାନ୍‌ ଅଫ୍‌ ଦ ଇୟର’ ଭଳି ସିନେମା କରିଛନ୍ତି I

ତେବେ ଗପ ହେଲେବି ସତ ଚଳଚିତ୍ର ଅନୁଭବ ଙ୍କ ପାଇଁ ଏକ ନାଟକୀୟ ମୋଡ କହିଲେ ଭୁଲ ହେବନି ,କାହିଁକିନା ଏହି ଫିଲ୍ମ ଏତେ ଲୋକପ୍ରିୟ ତଥା ହୃଦୟ ସ୍ପର୍ଶ ହେଇଥିଲା ଅନୁଭବ ଙ୍କ ଦିୱାନା ହେଇଯାଇଥିଲେ ସମସ୍ତେ I ତେବେ ଏବେ କେନ୍ଦ୍ରାପଡା ରୁ ପ୍ରଯୋଜନା ସଂସ୍ଥା ର ମାଲିକ ଙ୍କ ସହିତ ସିଧାସଳଖ ଲଢ଼ିବେ ଅନୁଭବ I

ଚର୍ଚ୍ଚା ହେଉଛି କି ଅନୁଭବ ଚମ୍ପୁଆ ର ପପୁ ଙ୍କ ଭଳି ହେବେ ନା ବୈଜୟନ୍ତ ଙ୍କ ଗଡରେ ଚକମା ଦେବେ I କାହିଁକିନା ପୂର୍ବରୁ ସବୁଠୁ ଲୋକପ୍ରିୟ ଅଭିନେତା ପପୁ ଙ୍କୁ ବିଜେଡି ଚମ୍ପୁଆ ରେ ପ୍ରାଥୀ କରାଇଥିଲେ ମଧ୍ୟ ନିଜର ଅମାନତ ହରେଇଥିଲେ କମେଡି କିଙ୍ଗ I

Leave a Reply

Your email address will not be published. Required fields are marked *