ଜାଣନ୍ତୁ ଆପଣଙ୍କ ପ୍ରିୟ ଚୂଲୁବୁଲି ନାୟିକା ଅର୍ଚ୍ଚିତା ସାହୁଙ୍କ ବିଷୟରେ

ପ୍ରଥମ ଚଳଚିତ୍ର ଦେଖି ଦିୱାନା ହୋଇଯାଇଥିଲେ ଯୁବଦର୍ଶକ I ସେ ପ୍ରେକ୍ଷାଳୟ କୁ ଆସିଲେ ପ୍ରେକ୍ଷାଳୟ ସାରା ହୁଇସିଲି ଧ୍ଵନିରେ କମ୍ପି ଉଠୁଥିଲା ନିଆରI ଅଭିନୟ ଓ ନାଚ ଦେଖି ଯୁବ ମାନଙ୍କ ହୃଦୟରେ ନିଆଁ ଲାଗିଯାଉଥିଲା I ସେ ଆଉ କେହି ନୁହନ୍ତି ଆଗ ଧାଡ଼ିର ଚୂଲୁବୁଲି ନାୟିକା ଅର୍ଚିତା ସାହୁ I 1990 ମସିହା ଜୁନ 29 ତାରିଖରେ ଜନ୍ମ ଗ୍ରହଣ କରିଥିବା ଅର୍ଚିତା ଡି .ଏମ.ସ୍କୁଲରେ ବାଲ୍ୟ ଶିକ୍ଷା ସାରିଥିଲେ ଓ କୀଟ ୟୁନଭରସିଟିରୁ ବି-ଟେକ ସାରିଥିଲେ

I ଅର୍ଚିତା ଜଣେ ଭଲ ଓଡିଶୀ ଡ୍ୟାନ୍ସର ପ୍ରାୟ 6 ବର୍ଷ ବୟସରେ ସେ ଓଡିଶୀ ଶିଖିବା ଆରମ୍ଭ କରିଦେଇଥିଲେ I ଓଡିଶୀ ଶିକ୍ଷା ସମାପ୍ତ କରିଛନ୍ତି I ସେ ଯାହାଭି ହେଉ ପିଲାବେଳେ କିନ୍ତୁ ଆନମନା ଥିଲେ ରୂପେଲି ପରଦା ପାଖରେ ତାଙ୍କର ଇଛା ଥିଲା, ଥରେ ରୂପେଲି ପରଦାରେ ବାହାରିବା ପାଇଁ I ତାଙ୍କର ସ୍ବପ୍ନ ଶାକାର ହୋଇଥିଲା 2005 ମସିହାରେ ନିର୍ଦେଶକ ସଞ୍ଜୟ ନାୟକ ନିଜ ଚଳଚିତ୍ର ପାଇଁ ଦୁଇଟି ନୂଆ ମୁହଁ ଖୋଜୁଥିଲେ ‘ଓ ମାଇଁ ଲଭ ପାଇଁ ‘I

ଅର୍ଚିତାକୁ ଦେଖି ହିରୋଇନ ଭାବେ ସୁଯଗ ଦେଇଥିଲେ I ଚଳଚ୍ଚିତ୍ରଟି ଉଚ୍ଚକୋଟିର ଲଭଷ୍ଟୋରି ଓ ମନଛୁଆଁ ସଂଗୀତ ପାଇଁ ବହୁତ ସୁପରହିଟ ହୋଇଥିଲା ଏବଂ ଅର୍ଚିତା ରାତାରାତି ଷ୍ଟାର ଵନିଯାଇଥିଲେ I 2013 ରେ ଫେମିନା ମିସ ଇଣ୍ଡିଆରେ ଫାଷ୍ଟ ରନରସପ ହୋଇଥିଲେ ଓ ସେଠାରେ ପାଇଥିଲେ ମିସ ଟ୍ୟାଲେଣ୍ଟେଡ ଓ ହେୟାର ଷ୍ଟାଇଲିର ଟାଇଟେଲ

I ଚଳଚିତ୍ର ଓ ମାଇଁ ଲଭ ପଛକୁ ଫେରି ଚାହିଁନଥିଲେ ଅର୍ଚିତା ପରେ ବାବୁ ଆଇ ଲଭ ୟୁ , ତୋ ବିନା ମୋ କାହାଣୀ ଅଧା ,ତୋ ପାଇଁ ନେବି ଶହେ ଜନମ ,ଧନରେ ରଖିବୁ ଶପଥ ମୋର ,ମୁ ସପନର ସୌଦାଗର ଆଦି ଚଳଚିତ୍ରରେ ଅଭିନୟ କରି ସଫଳତାର ଶୀର୍ଷରେ ପହଂଚିଥିଲେ ଅର୍ଚିତା I ଅଭିନେତା ସବ୍ୟସାଚିଙ୍କ ସହ ତାଙ୍କ କେମେଷ୍ଟ୍ରି ବହୁତ ଜମିଥାଏ ଉଭୟଙ୍କ ଯୋଡିକୁ ବହୁ ପସନ୍ଦ କରନ୍ତି ଓଡ଼ିଆ ଦର୍ଶକ I

2013 ରେ ତରଙ୍ଗ ସିନେମା ଆୱାର୍ଡ ଚକୋଲେଟ ଚଳଚିତ୍ର ପାଇଁ 2012 ରେ ବେଷ୍ଟ ସପୋଟିଂ ଆୱାର୍ଡ ଚଳଚିତ୍ର ବାବୁ ଆଇ ଲଭ ପାଇଁ ,2009 ରେ ବେଷ୍ଟ ଆକ୍ଟର ଚଳଚିତ୍ର ପାଗଳ କରିଛି ପାଉଁଜି ତୋର ପାଇଁ ,2013 ରେ ଫିଲ୍ମ ଫେୟାର ଆୱାର୍ଡ ଚଳଚିତ୍ର ମୁ ଏକା ତୁମର ପାଇଁ ,2014 ରେ ଫିଲ୍ମ ଫେୟାର ଆୱାର୍ଡ ଚଳଚିତ୍ର ସ୍ମାଇଲ ପ୍ଳିଜି ପାଇଁ ଏମିତି ଅନେକ ସମ୍ମାନ ପାଇଛନ୍ତି Iଏବେ ପୁଣି ଦୀର୍ଘ 5ବର୍ଷ ପରେ ଏକାଠି ଆସୁଛନ୍ତି ଅର୍ଚିତା ଏବଂ ସବ୍ୟସାଚୀ I

Leave a Reply

Your email address will not be published. Required fields are marked *