ବିଜେଡି ରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ,କହିଲେ ବିଜେଡି ଏବେ ଏକ ପ୍ରାଇଭେଟ୍ ଲି. କମ୍ପାନୀ

ପ୍ରାଥୀ ଚୟନ କୁ ନେଇ ସବୁ ଦଳରେ ଅସନ୍ତୋଷ ଲାଗି ରହିଥିବା ବେଳେ ଗତକାଲି ବିଜେଡି ଛାଡିଛନ୍ତି ଯାଜପୁର ର ପୂର୍ବତନ ସାଂସଦ ମୋହନ ଜେନା I ୨୦୦୪ ଓ ୨୦୦୯ ରେ ନିର୍ବାଚନ ଲଢ଼ି ଦୁଇ ଥର ସାଂସଦ ହେଇଥିଲେ ଏବଂ 2014 ରେ ଦଳ ତାଙ୍କୁ ଅଣଦେଖା କରି ରିତାଙ୍କୁ ପ୍ରାଥୀ କରିଥିଲା I ତେବେ ଆଗାମୀ ନିର୍ବାଚନ ପାଇଁ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ବାଧ୍ୟ ହେଇ ଦଳ ଛାଡିଛନ୍ତି I ଏବଂ କହିଛନ୍ତି କି ବିଜେଡି ରେ ଆଉ ସର୍ବନିମ୍ନ ଗଣତନ୍ତ୍ର ନାହିଁ ,ଦଳକୁ ଜୈନିକ ତାମିଲ ସାଶକ ଙ୍କ ଦ୍ୱାରା ପରିଚାଳିତ କରାଯାଉଛି

I ଏହା ସହିତ ଆହୁରି କହିଛନ୍ତି କି ବିଜେଡି ବର୍ତମାନ ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ରେ ପରିଣତ ହେଇଛି I ଗତକାଲି ମଧ୍ୟ ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ବିଜେଡି ଛାଡିଛନ୍ତି ଏବଂ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପଠାଇଛନ୍ତି I ଦୀର୍ଘ ଦିନ ଧରି ବିଜେଡି ରେ କାର୍ଯ୍ୟ କରୁଥିବା ସତ୍ୱେ ଦଳ ତାଙ୍କୁ ଅଣଦେଖା କରିଥିବାରୁ ସେ ବାଧ୍ୟ ହେଇ ଦଳ ଛାଡିଛନ୍ତି I

Leave a Reply

Your email address will not be published. Required fields are marked *