ପୁରୀରୁ ଲଢ଼ିବେ ସତ୍ୟ ପ୍ରକାଶ, ଢେଙ୍କାନାଳ ରୁ କେପି ସିଂହ ଦେଓ

ବିଜେଡି ବିଜେପି ପ୍ରାଥୀ ଘୋଷଣା ପରେ ଆଜି କଂଗ୍ରେସ ଲୋକସଭା ପ୍ରାଥୀ ଘୋଷଣା କରିଛି I7ଟି ଲୋକସଭା ପାଇଁ କଂଗ୍ରେସ ର ପ୍ରାଥୀ ଙ୍କ ନାମ ଘୋଷଣା ହେଇଚି I ବାଲେଶ୍ୱର ପାଇଁ ନିରଞ୍ଜନ ଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ଟିକେଟ ଦିଆଯାଇଥିବା ବେଳେ ,କେନ୍ଦ୍ରାପଡ଼ା ପାଇଁ ଧରଣୀଧର ନାୟକ, ଜଗତସିଂହପୁର ପାଇଁ ପ୍ରତିମା ମଲ୍ଲିକ,ଭଦ୍ରକ ପାଇଁ ମଧୁମିତା ସେଠୀ କେନ୍ଦୁଝର ପାଇଁ ଫକୀର ମୋହନ ନାୟକ, ଢେଙ୍କାନାଳ ପାଇଁ କାମାକ୍ଷା ପ୍ରସାଦ ସିଂହଦେଓ

ଏବଂ ପୁରୀ ପାଇଁ କଂଗ୍ରେସ ମିଡ଼ିଆ ସେଲ ର ମୁଖ୍ୟ ସତ୍ୟ ନାୟକ ଙ୍କ ନାମ ଘୋଷଣା ହେଇଚି I ବହୁବର୍ଷ ପରେ କେପି ସିଂ ଦେଓ ଢେଙ୍କାନାଳ କୁ ଫେରୁଥିବା ବେଳେ ପୁରୀରେ ଲଢ଼ିବେ ସାମ୍ବାଦିକ ସତ୍ୟ I ଅପରପକ୍ଷରେ ବିଜେଡି ରୁ ପିନାକୀ ମିଶ୍ର ଲଢ଼ୁଥିବା ବେଳେ ବିଜେପି ପାଇଁ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଙ୍କ ନାମ ଘୋଷଣା ହେଇଚି I ଏବେ କଂଗ୍ରେସ ର ସତ୍ୟ ଙ୍କ ନାମ ଘୋଷଣା ପରେ ଜୋରଦାର ଚର୍ଚା ଧରିଛି I

Leave a Reply

Your email address will not be published. Required fields are marked *