ବିଧବା ବୋହୂକୁ ବିବାହ ପ୍ରସ୍ତାବ ଦେଲେ ଶଶୁର ,ରାଜି ନହେବାରୁ 10ଜଣ ସାଙ୍ଗ ଙ୍କ ସହିତ ରାତି ସାରା କଲା ଧର୍ଷଣ

କୁହାଯାଏ ଶଶୁର ହେଉଛି ବାପା ସମାନ I ବାପଘର ଛାଡି ଆସିବା ପରେ ବୋହୂଟିଏ ର ସବୁଠାରୁ ଗୁରୁଜନ ତଥା ଆଦର୍ଶ ହେଇଥାଏ ଶଶୁର I ତେବେ ବାପା ସମାନ ଶଶୁର ନାମରେ କଳଙ୍କ ଲଗାଇଛି ଜଣେ ଶଶୁର I ଘଟଣାଟି ଗୋରଖପୁରର ଏକ ଅଂଚଳର । ସୂଚନା ଅନୁଯାଇ ଶଶୁର ଙ୍କ ସ୍ତ୍ରୀ ମାନେ ବୋହୂଙ୍କର ଶାଶୁ ବହୁ ବର୍ଷ ତଳେ ମରିଯାଇଥିଲେ I ସେବେଠାରୁ ବୋହୁଙ୍କ ଉପରେ ଶଶୁର ଙ୍କ ପାପ ନଜର ରହିଥିଲା I ଏହାପରେ ନିଜ ପୁଅ ମରିଯିବା ପରେ ବୋହୁଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଶଶୁର I କିନ୍ତୁ ଏଥିରେ ରାଗିଯାଇଥିଲେ ବୋହୁ

I ସିଧା ସିଧା ମନାକରିଦେଇଥିଲେ ଏବଂ ଏହା ପାପ ବୋଲି କହିଥିଲେ କିନ୍ତୁ ଶୁଣିନଥିଲେ ଶଶୁର I ସୁଯୋଗ ପାଇଲେ ବୋହୂକୁ ଅସଦାଚରଣ କରୁଥିଲେ ତେବେ ଘଟଣା ଦିନ ଘରେ କେହି ନଥିବା ବେଳେ ଶଶୁର ନିଜ 10ଜଣ ସାଙ୍ଗ ମାନଙ୍କୁ ଘରକୁ ଡାକିଥିଲେ I ନିଜ ବୋହୂକୁ ଘରେ ବାନ୍ଧି ସାଙ୍ଗ ମାନଙ୍କ ସହିତ ଧର୍ଷଣ କରିଥିଲେ

I କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଶଶୁର I କିନ୍ତୁ ସକାଳ ହେବା ମାତ୍ରେ ବୋହୁ ଏନେଇ ଥାନାରେ ଜଣାଇଥିଲେ I ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତ ଶଶୁର କୁ ଗିରଫ କରି ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ଫେରାର ହେଇଯାଇଛନ୍ତି I

Leave a Reply

Your email address will not be published. Required fields are marked *