ରବିବାର ଖୋଲା ରହିବ ବ୍ୟାଙ୍କ,ଆର୍‌ବିଆଇ ଜାରି କଲା ନୋଟିସ

ମାର୍ଚ ମାସ ରେ ବ୍ୟାଙ୍କ ର ସମସ୍ତ ଆର୍ଥିକ ନେଣଦେଣ ହେଉଥିବାବେଳେ ଏଥରକ ଶେଷ ତାରିଖ ଅର୍ଥାତ ମାର୍ଚ୍ଚ 31 ରବିବାର ପଡୁଛି I ତେଣୁ ଏଥରକ ରବିବାର ଖୋଲା ରହିବ I ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ସମସ୍ତ ବ୍ୟାଙ୍କ କୁ ସୂଚନା ଦିଆଯାଇଛି I ଏନେଇ ଦିଆଯାଇଥିବା ନିର୍ଦେଶନାମାରେ ଉଲ୍ଲେଖ କରାଯାଇଛିଯେ 2019 ଆର୍ଥିକ ବର୍ଷର ଶେଷ ଦିନ ମାର୍ଚ୍ଚ ୩୧ ରବିବାର ପଡୁଅଛି ,ତେଣୁ ଏହାକୁ ଦୃଷ୍ଟିରେ ରଖି ରବିବାର ଦିନ ସମସ୍ତ ସରକାରୀ ବ୍ୟାଙ୍କ ସକାଳ ନିର୍ଧାରିତ ସମୟରେ ଖୋଲା ହେଇ ସନ୍ଧ୍ୟା 6ଘଟିକା ପର୍ଯ୍ୟନ୍ତ ଖୋଲା ରହିବ I ଏହା ସହିତ ଆର୍ଥିକ ବର୍ଷ ର ସମସ୍ତ ନେଣଦେଣ ପାଇଁ ମାର୍ଚ୍ଚ ୩୦ ତାରିଖରେ ସନ୍ଧ୍ୟା ୮ଟା ଯାଏ ସମସ୍ତ ବ୍ୟାଙ୍କ ଖୋଲାରହିବ I

Leave a Reply

Your email address will not be published. Required fields are marked *