ଧର୍ମ ସଙ୍କଟ ରେ ଦାମ ,ପାରାଦୀପ ରେ ବିଜେପି ପାଇଁ ପ୍ରଚାର କରିବି କିନ୍ତୁ ପୁଅ ବିରୁଦ୍ଧରେ କରିବିନି

ବିଜେଡି ରୁ ଦାମ ଙ୍କ ପୁଅ ସମ୍ବିତ ଙ୍କୁ ପାରାଦୀପ ପାଇଁ ଟିକେଟ ମିଳିବା ପରେ ଏବେ ଗୋଟିଏ ଚର୍ଚ୍ଚା ,ବିଜେପି ରେ ସାମିଲ ହେଇଥିବା ଦାମ କଣ କରିବେ ? ପୁଅକୁ ସମର୍ଥନ ଦେବେ ନା ବିଜେପି ପାଇଁ ପ୍ରଚାର କରି ପୁଅକୁ ବିରୋଧ କରିବେ I ତେବେ ଏନେଇ ଦାମ କହିଛନ୍ତି ଯେ ସେ ଅଵିଵେକୀ ନୁହନ୍ତି ଗୋଟିଏ ଦଳରେ ଅଛନ୍ତି ଏବଂ ସେ ଦଳ ପାଇଁ ପ୍ରଚାର କରିବେ ,କିନ୍ତୁ ପୁଅ ବିରୁଧରେ ପ୍ରଚାର କରିପାରିବେନି କି ବିରୋଧ ବି କରିବେନି I ଯାହାକି ଜଣେ ବାପାର ଅସହାୟତା କୁ ଦର୍ଶାଉଛି

I ଜଣେ ବାପା ସବୁବେଳେ ଚାଂହିଥାଏ ତା ସବୁ ସମ୍ପତି ର ଉତ୍ତରାଧିକାରୀ ତା ପୁଅ ,ଏପରିକି ସେ ଅରଜିଥିବା ଯଶଃକୀର୍ତ୍ତି ର ଉତ୍ତରାଧିକାରୀ ମଧ୍ୟ ତା ପୁଅ I ତେବେ ବର୍ତ୍ତମାନ ଏହା ଯେପରି ଦାମ ଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି

I ନିଜ ପୁଅକୁ ବହୁତ ଭଲ ପାଆନ୍ତି ଦାମ , ସେ ଚାଁହୁଥିଲେ ପାରାଦୀପ ରୁ ତାଙ୍କ ପୁଅକୁ ଉତ୍ତରାଧିକାରୀ ଭାବେ ଚୟନ କରାଯାଉ ,ବାପାଙ୍କ ଲୋକପ୍ରିୟତା ପାଇଁ ପୁଅ ମଧ୍ୟ ଟିକେଟ ପାଇଛନ୍ତି ,କିନ୍ତୁ ଦୁର୍ଭାଗ୍ୟ ବାପା ପ୍ରଚାର କରିପାରିବେନି ପୁଅ ପାଇଁ ,କାହିଁକିନା ବାପା ଏବେ ବିଜେପି ରେ ପ୍ରଚାର ମୁଖ୍ୟ I

Leave a Reply

Your email address will not be published. Required fields are marked *