ବିଜେଡି ରେ ଅସନ୍ତୋଷ ,ପ୍ରଚାର ଆରମ୍ଭ କରିବାକୁ ଯାଇ ହଟହଟା ହେଲେ ସତ୍ୟବାଦୀ ବିଧାୟକ

ସତ୍ୟବାଦୀ ବିଜେଡି ପାଇଁ ଉମା ସାମନ୍ତରାୟ ଙ୍କୁ ଟିକେଟ ମିଳିଥିବା ବେଳେ ନିକଟରେ ସତ୍ୟବାଦୀ ବିଜେଡି ବିଧାୟକ ଆଶାୟୀ ପ୍ରାଥୀ ଜୟନ୍ତ ଦଳ ଛାଡିଛନ୍ତି I ଭୁଲ ପ୍ରାଥୀ ଚୟନ କରାଯାଇଥିବା ନେଇ ଦଳୀୟ କର୍ମୀ ଙ୍କ ଅସନ୍ତୋଷ ଲାଗି ରହିଥିବା ବେଳେ ଉମା ଙ୍କ ବିରୁଦ୍ଧରେ ଲାଗି ରହିଥିବା ଅସନ୍ତୋଷ ଏବେ ତୀବ୍ର ହେବାରେ ଲାଗିଲାଣି I ଗତକାଲି ନିର୍ବାଚନ ପୂର୍ବରୁ ପ୍ରଚାର ଆରମ୍ଭ କରିବାକୁ ଯାଇଥିବା ବିଜେଡି ବିଧାୟକ ପ୍ରାଥୀ ଉମା ସାମନ୍ତରାୟ ଙ୍କୁ “ମା ଦକ୍ଷିଣକାଳୀ ଙ୍କ ପୀଠରେ ହଟହଟା ହେବାକୁ ପଡିଛି I ବିଧାୟକ ଙ୍କ ବିରୁଦ୍ଧରେ ଲାଗିରହିଥିବା ଅସନ୍ତୋଷ କୁ ନେଇ ସ୍ଥାନୀୟ ଗ୍ରାମବାସୀ ଏବଂ ସମର୍ଥକ ଙ୍କ ମଧ୍ୟରେ ତୁ ତୁ ମେ ମେ ହେବା ସହିତ ,ଉମା ଙ୍କୁ ପ୍ରବଳ ବିରୋଧ କରାଯାଇଥିଲା ,ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *