ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ,ପଡୋଶୀ ବା ସମ୍ପର୍କୀୟ ମାନଙ୍କ ଦ୍ୱାରା ଅଧିକାଂଶ ଶିକାର ହେଉଛନ୍ତି ,ତେବେ କେନ୍ଦ୍ରାପଡା ରେ ଘଟିଛି ଏକ ଅଭାବନୀୟ ଘଟଣା I ନିଜ ଭାଣିଜୀ କୁ ଦୁଷ୍କର୍ମ କରିଛି ମାମୁ I ଦୁଷ୍କର୍ମ ପୀଡିତା ଭାଣିଜୀ ଜଣଙ୍କ ନ୍ୟାୟ ପାଇବାକୁ ଛଟପଟ ହେଉଥିଲେ ମଧ୍ୟ ପାଉନାହାନ୍ତି ନ୍ୟାୟ I ଶେଷରେ ବାଧ୍ୟ ହେଇ ଏକ ଗଣମାଧ୍ୟମ ର ସହର ନେଇଛନ୍ତି I ସୂଚନା ଅନୁଯାଇ ଘଟଣାଟି କେନ୍ଦ୍ରାପଡ଼ାର ,I
ଯୁବତୀ ଜଣଙ୍କ ବୟସ ୧୯ ବର୍ଷ ହେଇଥିବା ବେଳେ ସେ କେନ୍ଦ୍ରାପଡା କଲେଜରେ +୨ ସାଇନ୍ସ ପଢୁଛନ୍ତି | ଗତ ନଭେମ୍ବର ୨୬ ତାରିଖରେ ସେ ସୋଇଥିବା ସମୟରେ ତାଙ୍କ ମାମୁ ଜୋର ଜବରଦସ୍ତ ତାଙ୍କୁ ଦୁଷ୍କର୍ମ କରିଥିଲେ ,ନିଦ ଭାଙ୍ଗିବା ପରେ ଯୁବତୀ ଜଣଙ୍କର ନିଜ ମାମୁଙ୍କ ଏପରି କାଣ୍ଡ ଦେଖି ପାଦତଳୁ ମାଟି ଖସିଯାଇଥିଲା I ଏନେଇ ସେ ଘରେ ଜଣାଇବା ପରେ ମଧ୍ୟ ଉଭୟ ବାପା ମା ଝିଅକୁ ପାଟି କରିଥିଲେ କାହାକୁ ନକହିବା ପାଇଁ I ଏହା ଘରର କଥା ,ବାହାର ଲୋକେ ଜାଣିଲେ ଘରର ଇଜ୍ଜତ ପଳେଇବ
I ଯୁବତୀ ଜଣଙ୍କ ନିଜ ପ୍ରତି ହେଇଥିବା ଅନ୍ୟାୟ ର ବଦଲା ନେବାକୁ ଚାହିଁଥିଲେ ମଧ୍ୟ କେହି ଶୁଣିନଥିଲେ ଶେଷରେ ମଉକା ଦେଖି ଘର ଛାଡି କଟକ ଲୁଚି ପଳାଇଥିଲେ , ଥାନାରେ ଲିଖିତ ଜଣାଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ,ତାଙ୍କ ପରିବାର ଲୋକେ ତାଙ୍କୁ ପୁଣି ଜୋର କରି ବାନ୍ଧି ଘରକୁ ନେଇଯାଇଛନ୍ତି I ଘଟଣାଟି ଜଣାପଡିଲା ପରେ ଚର୍ଚା ଧରିଛି I