ଓଟି ଭିତରେ 7ବର୍ଷ ର ନାବାଳକ ର ମୁଁହକୁ ମାଡ ମାରି ଫଟାଇଦେଲେ ଡାକ୍ତର :ପୁରୀରେ ଅଭାବନୀୟ ଘଟଣା

ଡାକ୍ତର ଙ୍କୁ ସାଧାରଣତଃ ଆମେ ଭଗବାନ ଙ୍କ ସ୍ୱରୂପ ମାନିଥାଉ , ବେଳେବେଳେ ଏହି ଭଗବାନ ସ୍ୱରୂପି ଡାକ୍ତର ମାନେ ପଇସା ପାଇଁ ବହୁ ତଳ ସ୍ତରକୁ ଖସିଯାଇଥାନ୍ତି Iତେବେ ପୁରୀରେ ଘଟିଛି ଏକ ଅଭାବନୀୟ ଘଟଣା I ଅପେରସନ ହେବାକୁ ଯାଇଥିବା ଜଣେ ଛୋଟ ପିଲାକୁ ଓଟି ଭିତରେ ଡାକ୍ତର ମାଡ ମାରି ଖଣ୍ଡିଆ ଖାବରା କରିଦେବା ଘଟଣାରେ ଉତ୍ତେଜନା ଲାଗି ରହିଥିଲା I ସୂଚନା ଅନୂଯାଇ ଅର୍ଜୁନ ମIନସିଂ ଙ୍କ 7ବର୍ଷର ପୁଅକୁ ଅପେରସନ ପାଇଁ ପୁରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା

,ତେବେ ଓଟି ଭିତରୁ ବାହାରିବା ସମୟରେ ତାଙ୍କ ନାବାଳକ ପୁଅ ମୁଁହରେ ଖଣ୍ଡିଆ ସହିତ ଗାଲରେ ଦାଗ ରହିଥିଲା ,ଏନେଇ ପୁଅକୁ ପଚାରିବାରେ ପୁଅ କହିଥିଲା କି,ଇଞ୍ଜେକ୍ସନ ସମୟରେ ସେ କାନ୍ଦିବାରୁ ତାକୁ ଡାକ୍ତର ମାଡ ମାରିଥିଲେ I ଏହାକୁ ନେଇ ହସ୍ପିଟାଲ ରେ ସମ୍ପର୍କୀୟ ମାନଙ୍କ ଦ୍ୱାରା ତୀବ୍ର ଅସନ୍ତୋଷ ଲାଗିରହିଥିଲା I ଅପରପକ୍ଷରେ ଅଭିଯୋଗ ଆସିଥିବା ଡାକ୍ତର ପିକେ ଜେନା ଏହାକୁ ଖଣ୍ଡନ କରିଛନ୍ତି ଏବଂ କହିଛନ୍ତି କି ତାଙ୍କର କାମ ସେ ଚିକିତ୍ସା କରିବେ ,ମାଡ ମାରିନାହାନ୍ତି ନାବାଳକ ଶରୀର ରେ ହେଇଥିବା ଖଣ୍ଡିଆ ବିଷୟରେ ତାଙ୍କୁ ଜଣାନାହିଁ I

ଏନେଇ ନାବାଳକ ଙ୍କ ବାପା ସିଡିଏମଓ ପୁରୀ ଙ୍କ ନିକଟରେ ଅଭିଯୋଗ କରିଛନ୍ତି I ଘଟଣାର ତଦନ୍ତ ଚାଲିଛି I

Leave a Reply

Your email address will not be published. Required fields are marked *