ଅନୁଭବ ଙ୍କ ପାଇଁ କେନ୍ଦ୍ରାପଡା ରେ ମହଙ୍ଗା ପଡିବ ,ବୈଜୟନ୍ତ ଙ୍କ ପାଇଁ ପ୍ରଚାର କରିବେ ବାବୁଶାନ !

କେନ୍ଦ୍ରାପଡା ରେ ଦେଖିବାକୁ ମିଳିଲାଣି ହାଇ ଡ୍ରାମା, ଗୋଟେ ପଟେ ଦୁଇ ଦୁଇଥର ସାଂସଦ ହେଇଥିବା ବୈଜୟନ୍ତ ବିଜେପି ରୁ’ଠିଆ ହେଇଥିବା ବେଳେ ଅନ୍ୟପଟେ ତାଙ୍କ ବିପକ୍ଷରେ ଠିଆ ହେଇଛନ୍ତି ବିଜେଡି ରୁ ଅନୁଭବ ମହାନ୍ତି I ଦୁହିଁ ଜଣଙ୍କର ଟକ୍କର ଜୋରଦାର ଚାଲିଥିବା ବେଳେ, ଗତକାଲି ଅନୁଭବ ପ୍ରଚାର ଆରମ୍ଭ କରିଛନ୍ତି ଏବଂ କେନ୍ଦ୍ରାପଡା ରେ ଠକିବେନି ବୋଲି ପରୋକ୍ଷ ଭାବରେ ବୈଜୟନ୍ତ ଙ୍କୁ କଟାକ୍ଷ କରିଛନ୍ତି I

ତେବେ ଚର୍ଚ୍ଚା ଚାଲିଛି କି ଖୁବ ଶୀଘ୍ର ଅନୁଭବ ଙ୍କ ବିରୁଦ୍ଧରେ ମାନେ ବୈଜୟନ୍ତ ଙ୍କ ସମର୍ଥନ ରେ ପ୍ରଚାର କରିବେ ଅନୁଭବ ଙ୍କ ମୁଖ୍ୟ ପ୍ରତିଦ୍ବନ୍ଦୀ ବାବୁଶାନ I ରଜ ବଜାରରେ ଉଭୟ ଙ୍କ ଚଳଚିତ୍ର ମଧ୍ୟରେ ସବୁବେଳେ ଟକ୍କର ହେଇଥାଏ ,ଏବେ ମୈଦାନ ରେ ମଧ୍ୟ ଡାଇଲଗ ର ଟକ୍କର ହେବ ,ଜଣେ ବାଳୁଙ୍ଗା ଟୋକା କୁ ଆଉ ଜଣେ ଡାହା ବାଳୁଙ୍ଗା ,ଏବେ ଦେଖିବାର ଅଛି କେନ୍ଦ୍ରାପଡା ରେ ଉଭୟ ଙ୍କ ମଧ୍ୟରେ କିପରି ଡାଇଲଗର ଲଢେଇ ହେଉଛି I

ସୂଚନା ଥାଉ କି ବାବୁଶାନ ଙ୍କ ମା ଅପରାଜିତା ମହାନ୍ତି ବିଜେପି ରେ ବହୁ ପୂର୍ବରୁ ସାମିଲ ହେଇସାରିଛନ୍ତି I

Leave a Reply

Your email address will not be published. Required fields are marked *