ମହେଶ୍ୱର ଙ୍କ ପାଇଁ ବଢ଼ିଲା ସମସ୍ୟା , ପୁରୀରେ ଟକ୍କର ଦେବେ ନଗରପାଳ ଜୟନ୍ତ

ଦୀର୍ଘ ବର୍ଷ ଧରି ବିଜେଡି ପାଇଁ ନିସ୍ଵାର୍ଥପର ଭାବେ କାମ କରିବା ସତ୍ୱେ ,ଦିଆଗଲାନି ଗୁରୁତ୍ୱ I ଦଳରେ ବିଧାୟକ ଙ୍କ ବିରୁଧରେ ଲାଗିରହିଥିବା ଅସନ୍ତୋଷ କୁ ନିଜେ ସମାଧାନ କରିଥିଲେ, ସତ୍ୟବାଦୀ ରେ ତାଙ୍କ ଲୋକପ୍ରିୟତାରେ ,କର୍ମୀ ଆପଣେଇ ନେଇଥିଲେ ତାଙ୍କୁ ,ପୁରୀ ରେ ନଗରପାଳ ଥିଲେ ମଧ୍ୟ ମନ ଥିଲା ସତ୍ୟବାଦିରେ I ଦଳକୁ ସଙ୍କଟ ରୁ ଉଦ୍ଧାର କରି ମଜଭୁତ କରିବା ପଡିଲା ମହଙ୍ଗା ,ଶେଷରେ ଦଳ ତରଫରୁ ତାଙ୍କୁ ଅଣଦେଖା କରାଯିବା ପରେ ବାଧ୍ୟ ହେଇ ବିଜେଡି ଛାଡିଥିଲେ ପୁରୀ ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ I

ଗତକାଲି ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା,ଗୋଲକ ବିହାରୀ ,ବିଶ୍ୱଭୂଷଣ ଙ୍କ ଉପସ୍ତିତିରେ ବିଦ୍ଧିବଦ୍ଧ ଭାବରେ ସେ ବିଜେପି ରେ ସାମିଲ ହେଇଛନ୍ତି ତାଙ୍କ ସମର୍ଥକ ମାନଙ୍କ ସହିତ I ଜୟନ୍ତ ଙ୍କ ବିଜେପି ଯୋଗଦାନ ରେ କଂଗ୍ରେସ ,ବିଜେଡି ରୁ ବହୂ ଟାଣୁଆ ନେତା ଦଳ ଛାଡି ବିଜେପି ରେ ସାମିଲ ହେଇଛନ୍ତି

I ପୂର୍ବରୁ ସତ୍ୟବାଦୀ ପାଇଁ ଓମ ଙ୍କୁ ପ୍ରାଥୀ କରାଯାଇଥିବା ବେଳେ ଜୟନ୍ତ ପୁରୀରୁ ପ୍ରାଥୀ ହେବା ନେଇ ଚର୍ଚା ଧରିଛି I ଅପରପକ୍ଷରେ ଏନେଇ ମଧ୍ୟ ବିଜେପି ତରଫରୁ କୁହାଯାଇଛି କି ,ପାଞ୍ଚ ଥର କାଉନସିଲର ଏବଂ ପୁରୀ ନଗରପାଳ ଭାବେ ସୁଚାରୁରୂପେ ଦାୟିତ୍ୱ ତୁଳାଇଥିବା ଜୟନ୍ତ ଙ୍କ ପାଳି ଏଥରକ I

Leave a Reply

Your email address will not be published. Required fields are marked *