କଟକ ପାଇଁ ପଞ୍ଚାନନ ,ପିପିଲି -ଯୁଧିଷ୍ଠିର ସାମନ୍ତରାୟ,ବେଗୁନିଆ ରୁ ଜାନକୀ ଙ୍କ ପୁଅ ,ଜାଣନ୍ତୁ ଆଉ କିଏ କେଉଁଠୁ

ଗତକାଲି କଂଗ୍ରେସ ର ୯ ବିଧାନସଭା ଏବଂ ୨ ଲୋକସଭା ଆସନ ପାଇଁ ପ୍ରାଥୀ ଙ୍କ ନାମ ଘୋଷଣା କରାଯାଇଛି I କଂଗ୍ରେସ ରେ ମିଶିଥିବା ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କୁ କଟକ ଲୋକସଭା ପାଇଁ ଟିକେଟ ମିଳିଥିବା ବେଳେ ଯାଜପୁର ଲୋକସଭା ଆସନ ପାଇଁ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି Iଘୋଷଣା ହେଇଥିବା ୯ ବିଧାନସଭା ଆସନ ପାଇଁ ପ୍ରାଥୀ ଙ୍କ ମଧ୍ୟରୁ ବେଗୁନିଆ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ଙ୍କ ଉପରେ ଭରଷା କରିଛି ଦଳ I କିଛିଦିନ ଧରି ପୃଥ୍ବୀବଲ୍ଲଭ ପଟ୍ଟନାୟକ ବୁଲି ବୁଲି କଂଗ୍ରେସ କର୍ମୀ ଙ୍କୁ ଏକାଠି କରୁଥିଲେ ,ବିଭିର୍ଣ୍ଣ ସମାବେଶ କରୁଥିଲେ ,ତେଣୁ ନିର୍ବାଚନ କୁ ଓଲ୍ହାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ,ଶେଷରେ କଂଗ୍ରେସ ରୁ ତାଙ୍କୁ ଟିକେଟ ମିଳିଛି I ସେହିଭଳି ପିପିଲି ପାଇଁ ଯୁଧିଷ୍ଠିର ସାମନ୍ତରାୟଙ୍କ ଉପରେ ଦଳ ଭରଷା କରିଥିବା ବେଳେ ଅନ୍ୟ ସାତୋଟି ପାଇଁ ପ୍ରାଥୀ ଙ୍କ ନାମ ଘୋଷଣା ହେଇଚି I

Leave a Reply

Your email address will not be published. Required fields are marked *