ଭୁସୁଡ଼ିଗଲାଣି ବିଜେଡି ଦୁର୍ଗ ,2ଡର୍ଜନ ରୁ ଉର୍ଦ୍ଧ ନେତା ଦଳ ଛାଡି ବିଜେପି ରେ ସାମିଲ ହେଇସାରିଲେଣି

ବୈଜୟନ୍ତ ଙ୍କ ବିଜେପି ରେ ବୈଜୟନ୍ତ ମିଶିବା ପରେ ଦଳ ଦିଆଯାଇଥିଲା ଗୁରୁ ଦାୟିତ୍ୱ I ତେବେ ବିଜେପି ରେ ମିଶୁ ମିଶୁ ନିଜର ଯୋଜନା ଆରମ୍ଭ କରିସାରିଲେଣି ବୈଜୟନ୍ତ ପ୍ରଥମରୁ ଦାମ ,ଖାରବେଳ ଙ୍କୁ ମିଶାଇ ସାରିଥିବା ବେଳେ ବିଜୟ ମହାପାତ୍ର ଙ୍କୁ ମଧ୍ୟ ସାମିଲ କରିସାରିଲେଣି ବିଜେପି ରେ I ତେବେ ପ୍ରଥମରୁ ବୈଜୟନ୍ତ କହୁଥିଲେ କି ଅଧିକାଂଶ ବିଜେଡି ନେତା ତାଙ୍କ ସହିତ ଅଛନ୍ତି ଅସନ୍ତୁଷ୍ଟ ନେତାମାନଙ୍କ ଉପରେ ସେ ନଜର ରଖିଛନ୍ତି I ବିଜେଡି ରେ ଅସନ୍ତୁଷ୍ଟ ହେଉଥିବା ନେତାମାନଙ୍କୁ ନିଜ ପକ୍ଷକୁ ଟାଣିବାରେ ସଫଳ ହେଇଛନ୍ତି ବୈଜୟନ୍ତ I

ବିଜେଡି ଛାଡିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ,କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ,ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ,,ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନା,ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଙ୍କୁ ନିଜ ଦଳରେ ସାମିଲ କରେଇଥିବା ବେଳେ ଇସ୍ତଫା ଦେଇଥିବା କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ କୌଣସି ନିଷ୍ପତି ନେଇନାହାନ୍ତି I

ସେହିପରି ନୀଳଗିରି ବିଧାୟକ ଇ.ସୁକାନ୍ତ ନାୟକ,ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ,ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ,ଆସିକାର ବିଧାୟକ ଦେବରାଜ ମହାନ୍ତି,ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ,ମୋରଡ଼ା ବିଧାୟକ ପ୍ରବୀଣଚନ୍ଦ୍ର ଭଞ୍ଜଦେଓ,ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ,ଦଶପଲ୍ଲାର ପୂର୍ବତନ ବିଧାୟକ କାଶୀନାଥ ମଲ୍ଲିକ, ପୋଲସରା ପୂର୍ବତନ ବିଧାୟକ ନିରଞ୍ଜନ ପ୍ରଧାନ,କଳାହାଣ୍ଡି ଜିଲ୍ଲା ବିଜେଡିର ସାଧାରଣ ସଂପାଦକ,ସୁନ୍ଦରଗଡ଼ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କୁସୁମ ଟେଟେ ,ସୋର ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ,, ସେହିପରି ଭୁବନେଶ୍ୱର ର ଟାଣୁଆ ନେତା ବାବୁ ସିଂହ ,ପୁରୀର ପୂର୍ବତନ ନଗରପାଳ ଜୟନ୍ତ ଷଡ଼ଙ୍ଗୀ ,

ବିଜୁ ଯୁବ ଜନତା ଦଳର ରାଜ୍ୟ ଉପଦେଷ୍ଟା ଯଯାତି ଦାସବିଜୁ କୃଷକ ଜନତା ଦଳର ପୂର୍ବତନ ସଂପାଦକ ବିକାଶ , ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସେଠୀ, ବିଜେଡି ନେତ୍ରୀ ତଥା ମହିଳା କମିଶନ୍‌ ସଦସ୍ୟା ତିଳୋତ୍ତମା ନାୟକ ,ବଳିଷ୍ଠ ନେତା ଦାମ ରାଉତ ଙ୍କ ଝିଅ ପ୍ରୀତିନନ୍ଦା ଏବଂ ଅନେକ ଟାଣୁଆ ନେତା ବିଜେଡି ଛାଡି ସାରିଲେଣି I ଅଧିକାଂଶ ବିଜେପି ରେ ସାମିଲ ହେଇସାରିଥିବା ବେଳେ କିଛିଜଣ ମିଶିନାହାନ୍ତି I

Leave a Reply

Your email address will not be published. Required fields are marked *