ପାଳନ ହେଇନି ପ୍ରତିଶୃତି , ବିଜେଡି ଉପରେ ରାଗିଛନ୍ତି ବିଦ୍ୟୁତ ଠିକା କର୍ମଚାରୀ

ନିର୍ବାଚନ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟ ମତଦାନ ସରିଯାଇଛି I ତେବେ ରାଜ୍ୟରେ ସାଶନ ରେ ଥିବା ବିଜେଡି ଦଳରେ ଦଳୀୟ ଅସନ୍ତୋଷ ଲାଗି ରହିଥିବା ବେଳେ ଏବେ ବିଜେଡି ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଦ୍ୟୁତ ଠିକା କର୍ମଚାରୀ I ରାଜ୍ୟ ବିଦ୍ୟୁତ ବିଭାଗ ରେ ପାଖାପାଖି 27ହଜାର ଠିକା କର୍ମଚାରୀ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରିବା ବଦଳରେ ବାରମ୍ବାର ପ୍ରତିଶୃତି ଦେଇ ଠକି ଚାଲିଛନ୍ତି ସମ୍ପୃକ୍ତ ସଂଘଠନ ନେତା ଏବଂ ମନ୍ତ୍ରୀ ମାନେ Iଭୁବନେଶ୍ୱର ଲୋୟର ପିଏମଜି ଛକ ଠାରୁ ଆରମ୍ଭ କରି ପ୍ରତି ଡିଭିଜନ ଅଫିସ ସାମ୍ନାରେ ନିଜର ଅସନ୍ତୋଷ ବ୍ୟକ୍ତ କରି କେବଳ ଖଣ୍ଡେ ଚିଠିରେ ସନ୍ତୁଷ୍ଟ ହେବାକୁ ପଡିଥିଲା କର୍ମଚାରୀ ମାନଙ୍କୁ I ଅପରପକ୍ଷରେ ରାଜ୍ୟରେ ଅନାମଧେୟ ଫ୍ରାଞ୍ଚାଇଜ ଦ୍ଵାରା ଉପଭୋକ୍ତା ଏବଂ କର୍ମଚାରୀ ମାନଙ୍କୁ ଶୋଷଣ କରାଯାଉଥିବାର ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ଚୁପ ରହିଛି ବିଦ୍ୟୁତ ବିଭାଗ

I ବିନା କୌଣସି ଯାଞ୍ଚ ରେ କ୍ଷତି ବଢାଉଥିବା ଏଂଜେନ ,ଆରୟୁପିଏଲ , ଏସୟୁପିଏଲ ଭଳି ଫ୍ରାଞ୍ଚାଇଜ ର ନବୀକରଣ କରାଯାଉଛି Iଅପରପକ୍ଷରେ ଏକ ଅନାମଧେୟ କମ୍ପାନୀ ଇଣ୍ଡିଆ ପାୱାର ଏବଂ ଫେଡ଼କୋ ହାତରେ ସେସୁ କୁ ଟେକି ଦେବାକୁ ଷଡଯନ୍ତ୍ର ହେଉଥିଲା ,ଯାହାକୁ କି ନିର୍ବାଚନ ପାଇଁ ସ୍ଥଗିତ ରଖାଯାଇଛି Iଏସବୁ ପରିସ୍ଥିତିରେ ବିଦ୍ୟୁତ ଠିକା କର୍ମଚାରୀ ମାନେ ବିଜେଡି ଉପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି I ରାଜ୍ୟର ବିଦ୍ୟୁତ କର୍ମଚାରୀ ମାନଙ୍କର ସବୁଠାରୁ ବଡ ସୋସିଆଲ ଗ୍ରୁପ ଓଡିଶା ଇଲେକ୍ଟ୍ରିସିଟି ନିଉଜ ରେ ନିଜର ଅସନ୍ତୋଷ ବ୍ୟକ୍ତ କରି କର୍ମଚାରୀ ମାନେ ପୂର୍ବ ଧାରଣା ସବୁ ମନେପକାଇ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିବାର ନଜର କୁ ଆସିଛି I

Leave a Reply

Your email address will not be published. Required fields are marked *