ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ଦିଲୀପ ରାୟ, ଖୁବ ଶୀଘ୍ର ଫେରିପାରନ୍ତି ବିଜେପିକୁ !!

ରାଉରକେଲା ବ୍ରାହ୍ମଣୀ ରେ ଦ୍ୱିତୀୟ ସେତୁ ,ଏବଂ ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ ମାନ୍ୟତା ଦେବାକୁ ଦାବି କରିଥିଲେ ଲୋକପ୍ରିୟ ନେତା ତଥା ବିଧାୟକ ଦିଲୀପ ରାୟ Iତେବେ ଏହି କାମରେ ବିଳମ୍ବ ହେବାରୁ ନିଜର ଅସନ୍ତୋଷ ବ୍ୟକ୍ତ କରି ବିଜେପି ଛାଡିଥିଲେ ଦିଲୀପ I ଦିଲୀପ ଙ୍କ ସଙ୍ଗେ ବିଜୟ ମହାପାତ୍ର ମଧ୍ୟ ଦଳ ଛାଡିଥିଲେ ବି ପରେ ବୈଜୟନ୍ତ ମାନଭଞ୍ଜନ କରିବା ଦ୍ୱାରା ବୁଝିଯାଇଥିଲେ ବିଜୟ ଏବଂ ଦଳକୁ ଫେରିଥିଲେ I ଚର୍ଚା ଚାଲିଥିଲା କି ବିଜୟ ଙ୍କ ପରେ ପୁଣିଥରେ ଦିଲୀପ ବିଜେପି ଫେରିବେ ,କିନ୍ତୁ ବିଜେଡି ଶିବିର ରେ ଦେଖିବାକୁ ମିଳିଥିଲା ଦିଲୀପ ଙ୍କୁ

Iକେନ୍ଦ୍ରାପଡା ପାଇଁ ଦିଲୀପ ଙ୍କୁ ଲଢ଼ିବାକୁ ବିଜେଡି ଅଫର କୁ ଦିଲୀପ ପ୍ରତ୍ୟାଖାନ କରିଥିବା ଆଲୋଚନା ହେଇଥିଲା I ୟା ମଧ୍ୟରେ ଦିଲୀପ କୌଣସି ନିଷ୍ପତି ନେଇନଥିଲେ ମଧ୍ୟ ଏବେ ଆଇଜିଏଚ୍‌ କୁ ସୁପର ସ୍ପେଶାଲିଟି ହସ୍ପିଟାଲ ମାନ୍ୟତା ଏବଂ 2021 ସୁଦ୍ଧା ଶେଷ କରାଯିବା ନେଇ ସୂଚନା ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଦିଲୀପ ।ଖୁବ ଶୀଘ୍ର ପୁଣିଥରେ ବିଜେପି କୁ ଦିଲୀପ ଫେରିବେ ବୋଲି ଚର୍ଚା ହେଉଛି ,ତେବେ ଏଥରକ ନିର୍ବାଚନ ଲଢ଼ିବେନି ବୋଲି ପୂର୍ବରୁ ଦିଲୀପ ଘୋଷଣା କରିସାରିଛନ୍ତି I

Leave a Reply

Your email address will not be published. Required fields are marked *