ମହିଳାଙ୍କୁ ବଳତ୍କାର ଉଦ୍ୟମ ବେଳେ ମହିଳା କହିଲେ, ‘ମୁଁ ଏଚ୍‌ଆଇଭି ପଜିଟିଭ୍‌’, ଦୌଡି ପଳାଇଲେ ବଳାତ୍କାରୀ

ଦିନକୁ ଦିନ ଦୁଷ୍କର୍ମ ବଢିଚାଲିଥିବା ବେଳେ ଅପରାଧୀ ଙ୍କ ମାନସିକତା ରେ ପରିବର୍ତନ ଆସୁନି I ତେବେ ମହିଳା ମାନେ ସାମାନ୍ୟ ସାହସ ଦେଖାଇଲେ ଦୁଷ୍କର୍ମ ଭଳି କଦର୍ଯ୍ୟ ଘଟଣାକୁ ଏଡ଼ାଇ ଦିଆ ଯାଇପାରିବ I ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦର ଏମ୍‌ଆଇଡିସି ଅଞ୍ଚଳରେ I ମହିଳା ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଜ ଇଜ୍ଜତ ବଞ୍ଚାଇ ପାରିଥିଲେ ଜଣେ ମହିଳା I ସୂଚନା ଅନୁଯାଇ ଏହି ଅଂଚଳ ରେ ୨୯ ବର୍ଷୀୟା ବିଧବା ମହିଳା ଶିଳ୍ପା ନିଜ 7ବର୍ଷର ଝିଅକୁ ନେଇ ବଜାର କୁ ଯାଇଥିବା ସମୟରେ ଅନ୍ଧାର ର ସୁଯୋଗ ନେଇ ଜଣେ ଯୁବକ ଏକୁଟିଆ ମହିଳାଙ୍କୁ ମାଡି ବସିଥିଲା ଏବଂ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା I

ମହିଳା ଜଣଙ୍କ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁବକ ଙ୍କ ଠାରୁ ବର୍ତ୍ତିପାରିନଥିଲେ I ତେବେ ମହିଳା ଜଣଙ୍କ ଗୋଟେ ବୁଦ୍ଧି ପାଞ୍ଚି କହିଥିଲେ କି ତାଙ୍କୁ ଏଚ୍‌ଆଇଭି ପଜିଟିଭ୍‌। କାହିଁକି ତାଙ୍କ ସହିତ ସମ୍ପର୍କ ରଖି ନିଜ ଜୀବନ ନଷ୍ଟ କରିବ I ଏହା ଶୁଣି ବଳତ୍କାର ଉଦ୍ୟମ କରିବାକୁ ଚେଷ୍ଟା କରିଥିବା ଯୁବକ ଜଣଙ୍କ ନିଜ ଜୀବନ ଭୟରେ ଦୌଡ଼ି ପଳାଇଥିଲା I

ଏନେଇ ମହିଳା ଜଣଙ୍କ ଥାନାରେ ଜଣାଇବା ପରେ ପୋଲିସ ସମ୍ପୃକ୍ତ ଯୁବକ ଙ୍କୁ ଗିରଫ କରିଥିଲା Iତେବେ ମହିଳା ଙ୍କ ଉପସ୍ତିତି ବୁଦ୍ଧି ଯୋଗୁ ତାଙ୍କ ଇଜ୍ଜତ ବଞ୍ଚିଯାଇଥିବା ଘଟଣାକୁ ଏବେ ସବୁ ଆଡୁ ପ୍ରସଂଶା ମିଳିବାରେ ଲାଗିଛି I

Leave a Reply

Your email address will not be published. Required fields are marked *