ଇଲେକସନ୍‌ରେ ଲଗାତାର ୩ ଦିନ ଡ୍ୟୁଟି କରି ହାଲିଆ ହୋଇ ପେଟ୍ରୋଲ ପମ୍ପ ଚଟାଣ ରେ ଶୋଇଗଲେ ଯବାନ

ଚାଲିଛି ନିର୍ବାଚନ ସମୟ I କିପରି ସୁରୁଖୁରୁ ରେ ନିର୍ବାଚନ ସରିବ ସେଥିପାଇଁ ସମସ୍ତେ ବ୍ୟସ୍ତ I ସାଧାରଣତଃ ସରକାରୀ କର୍ମଚାରୀ ମାନଙ୍କୁ ନିର୍ବାଚନ ଦାୟିତ୍ୱ ଦିଆଯାଇଥାଏ Iଭୋଟ ପାଇଁ ମତଦାନ କେନ୍ଦ୍ର ରେ ସରକାରୀ କର୍ମଚାରୀ ମାନେ ନିୟୋଜିତ ହେଇଥାନ୍ତି I ଭୋଟ କୁ ସୁଚାରୁରୂପେ ଶେଷ କରିବାକୁ ନିୟୋଜିତ କର୍ମଚାରୀ ମାନେ ଯଥା ସମ୍ଭବ ଚେଷ୍ଟା କରିଥାନ୍ତି I ମତଦାନ କୁ ସୁରକ୍ଷା ଏବଂ ଶୃଙ୍ଖଳିତ କରିବା ପାଇଁ ସେନା ମାନେ ନିୟୋଜିତ ହେଇଥାନ୍ତି I ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ I ତେବେ ନିୟୋଜିତ ସେନା ମାନେ ଭୋଟ ପାଇଁ ଡିଉଟି କରିବା ସମୟରେ ନିଜର ଶୋଇବା ସମୟ ପାଉନାହାନ୍ତି ଯାହାଫଳରେ ହାଲିଆ ହେଇଯାଉଛନ୍ତି I

ଏମିତି ଏକ ଘଟଣା ଘଟିଛି ପୁଣେ ରେ I ସୂଚନା ଅନୁଯାଇ ଏପ୍ରିଲ୍‌ ୧୦ଠାରୁ ଇଲେକସନ୍‌ ଡ୍ୟୁଟିରେ ନିୟୋଜିତ ହେଇଥିଲେ ସିଆର୍‌ପିଏଫ୍‌ ସେନା ମାନେ I ଲଗାତାର ତିନିଦିନ ଡିଉଟି କରିବା ପରେ ହାଲିଆ ହେଇ ଏକ ପେଟ୍ରୋଲ ପମ୍ପ ନିକଟରେ ସେନା ମାନେ ସୋଇପଡ଼ିଥିଲେ ,ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ଘଟଣା ସମ୍ପର୍କ ରେ ଜଣାପଡିବା ପରେ ସବୁ ମହଲ ରୁ ତୀବ୍ର ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *