ଭୁବନେଶ୍ୱର ରେ ଅଫିସର ଲଢ଼େଇରେ ପଛରେ ପଡିଯାଇଛନ୍ତି ଅରୁପ,ଆଗରେ ଅପରାଜିତା

ଭୁବନେଶ୍ୱର ରେ ଦୁଇ ଦୁଇ ଜଣ ପ୍ରସାଶକ ଙ୍କ ଲଢେଇ I ଜଣେ ଆଇଏଏସ କୁ ଆଉ ଜଣେ ଆଇପିଏସ I ଅପରାଜିତା ବନାମ ଅରୂପ I ଦୀର୍ଘ ବର୍ଷ ଧରି ଭୁବନେଶ୍ୱର ଆସନ ସାଶକ ଦଳ କବ୍ଜାରେ ରହିଥିବା ବେଳେ ଏଥରକ ସାଂସଦ ବାବା ପ୍ରସନ୍ନ ପାଟ୍ଟସାଣି ଙ୍କୁ ଟିକେଟ ଦିଆନଯାଇ ଅରୂପ ଙ୍କୁ ଟିକେଟ ମିଳିଛି

I ସେହିପରି ପ୍ରଶାସିକା ସେବାରୁ ସ୍ୱେଚ୍ଛାକୃତ ଅବସର ନେଇ ରାଜନୀତି ମୈଦାନ କୁ ଓଲ୍ହାଇଛନ୍ତି ଅପରାଜିତା I ବିଜେପି ତରଫରୁ ନିର୍ବାଚନ ଲଢ଼ୁଛନ୍ତି ଅପରାଜିତା I ରାଜଧାନୀ ରେ ଅରୂପ ସମ୍ପୂର୍ଣ୍ଣ ନୂଆ ହେଇଥିବା ବେଳେ କେବଳ ଦଳୀୟ ଚିହ୍ନ ହିଁ ତାଙ୍କୁ ଭରଷା,ଏମିତିକି ନିର୍ବାଚନ ମୈଦାନ ରେ ମଧ୍ୟ ତାଙ୍କ ଜୋରଦାର ପ୍ରଚାର ଦେଖିବାକୁ ମିଳୁନାହିଁ I ଅପରପକ୍ଷରେ କିନ୍ତୁ ଅପରାଜିତା ଓଡ଼ିଶାର ପରିଚିତ ନାମ ,ଶିକ୍ଷା ଠାରୁ ଆରମ୍ଭ କରି ଭୁବନେଶ୍ୱର ଉର୍ନ୍ନତିକରଣ ,ନାରୀ ମିଶନ ଶକ୍ତି ରେ ତାଙ୍କ ଅବଦାନ ସମସ୍ତେ ଜାଣିଛନ୍ତି I

ତେବେ ଘର ଘର ବୁଲି ପ୍ରଚାର କରିବାରେ ଲାଗିଛନ୍ତି ଅପରାଜିତା I ସକାଳୁ ସଞ୍ଜ ଯାଏଁ ଲୋକଙ୍କ ସହିତ ସମୟ ବିତାଉଛନ୍ତି , ଖୁବ ଅଳ୍ପ ସମୟ ମଧ୍ୟରେ ଲୋକଙ୍କ ହୃଦୟ ଛୁଇଁ ପାରୁଛନ୍ତି ଅପରାଜିତା I ତେଣୁ ଚର୍ଚା ଚାଲିଛି କି ଭୁବନେଶ୍ୱର ରେ ଏଥର ଅପରାଜିତା I

Leave a Reply

Your email address will not be published. Required fields are marked *