ଜାତୀୟ ଗଣମାଧ୍ୟମ ର ନଜର ଏବେ ନବୀନ ଙ୍କ ଉପରେ ,କେନ୍ଦ୍ରରେ କିଙ୍ଗ ମେକର ସାଜିବେ ମୁଖ୍ୟମନ୍ତ୍ରୀ

ଚାରିଥର ମୁଖ୍ୟମନ୍ତ୍ରୀ ହେଇଥିବା ବିଜେଡି ସୁପ୍ରିମ ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ହେବାପାଇଁ ନିଜର ଜୋରଦାର ପ୍ରୟାସ ଜାରି ରଖିଥିବା ବେଳେ ନିକଟରେ ତାଙ୍କ ସ୍ୱାସ୍ଥ୍ୟ କୁ ନେଇ ଏକ ଭିଡିଓ ଛାଡିଥିଲେ ଯେଉଁଥିରେ କି ସେ ସମ୍ପୂର୍ଣ୍ଣ ଫିଟ ଅଛନ୍ତି ବୋଲି ଦର୍ଶାଇଥିଲେ I

ଜାତୀୟ ଟିଭି ଏନଡିଟିଭି ରେ ମଧ୍ୟ ନବୀନ ଙ୍କ ଏହି ଭିଡିଓ ପ୍ରସାରଣ କରାଯାଇଥିଲା ,ତେବେ ନିକଟରେ ଇଣ୍ଡିଆ ଟୁ ଡେ ଚାନେଲ ରେ ପୁଣି ନଜର ଆସିଛନ୍ତି ନବୀନ ପଟନାୟକ I

ଆଲୋଚନା ରେ ନବୀନ କହିଛନ୍ତି ଯେ ୧୯ ବର୍ଷ ଧରି ବିଜେଡି ସରକାର ରେ ଥିଲେ ମଧ୍ୟ ସରକାରୀ ବିରୋଧୀ ନାରା ନ ଆସି ଦଳ ସପକ୍ଷରେ ଅଛି ,ଅପରପକ୍ଷରେ ବିଜେପି ଓଡ଼ିଶାରେ ୨୧ରୁ ୨୧ ସାଂସଦ ଜିତିବା ନେଇ ପ୍ରଚାର କରୁଥିବା ଘଟଣାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥରକ ସେ କ୍ଲିନ୍‌ ସ୍ବିପ୍‌ କରିବେ। ଏପରିକି କେନ୍ଦ୍ରରେ ଏନଡିଏକୁ କିମ୍ବା ୟୁପିଏକୁ ସଂଖ୍ୟା ଗରିଷ୍ଠତା ମିଳିବନି । କେନ୍ଦ୍ର ରେ ସରକାର ଗଠନ ରେ ବିଜେଡି ମୁଖ୍ୟ ଭୂମିକା ଗ୍ରହଣ କରିବ I ରାଜ୍ୟ ସ୍ୱାର୍ଥ ପାଇଁ ଯେଉଁ ଦଳ ଆଗେଇ ଆସିବ ସେହି ଦଳକୁ ବିଜେଡି ସମର୍ଥନ ଦେବ ।

Leave a Reply

Your email address will not be published. Required fields are marked *