ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଙ୍କୁ ବିରୋଧ ,ନବୀନଙ୍କ କାରକେଡ୍‌କୁ ଅଣ୍ଡାମାଡ଼, ପୂର୍ବତନ ବିଧାୟକ ଅଟକ

ପଶ୍ଚିମ ଓଡ଼ିଶାରେ ନିଜର ସ୍ତିତି ସୁଦୃଢ କରିବାକୁ ବିଜେଡି ଜୋରଦାର ପ୍ରୟାସ କରୁଥିବା ବେଳେ ନିଜେ ମୁଖ୍ୟମନ୍ତ୍ରୀ ବିଜେପୁର ରୁ ନିର୍ବାଚନ ଲଢ଼ୁଛନ୍ତି I ଗତକାଲି ମୁଖ୍ୟମନ୍ତ୍ରୀ ବଲାଙ୍ଗିରରେ ରୋଡ୍‌ ଶୋ’ ସାରି ବରଗଡ଼ ପାଇଁ ପ୍ରଚାର କରିବାକୁ ଯାଇଥିବା ସମୟରେ ଲୋଇସିଂଘା ନିର୍ବାଚନମଣ୍ଡଳୀର ସାଲେଭଟା ନିକଟରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚାର କୁ କିଛି ଅସନ୍ତୁଷ୍ଟ ଙ୍କ ଦ୍ୱାରା ବିରୋଧ କରାଯାଇଥିଲା I ମୁଖ୍ୟମନ୍ତ୍ରୀ ଙ୍କ ଗାଡି ସେହି ସମୟରେ ଯାଉଥିବା ବେଳେ ଅଣ୍ଡା ମାଡ କରାଯାଇଥିଲା ,

ଗାଡ଼ିରେ ବାଜିଛି କି ନାହିଁ ସେ ନେଇ ସ୍ପଷ୍ଟ କରାଯାଇନି ତଥାପି ବିରୋଧ ପ୍ରଦର୍ଶନ କରୁଥିବା ବ୍ୟକ୍ତି ମାନଙ୍କୁ ଅଟକ ରଖାଯାଇଛି I ସୂଚନା ଅନୁଯାଇ ସମ୍ପୃକ୍ତ ଘଟଣାରେ ପୂର୍ବତନ ବିଧାୟକ ବାଳଗୋପାଳ ମିଶ୍ର ସଂଶ୍ଲିଷ୍ଟ ଥିବା ଅଭିଯୋଗ ହେଇଛି I ପୂର୍ବରୁ ସାଲେଭଟାଠାରେ ମୁଖ୍ୟମନ୍ତ୍ରୀ ଙ୍କୁ ରୋଡ଼୍‌ ଶୋ’ କରେଇଦେବେନି ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *