ଭୋଟର ଲିଷ୍ଟ ସହିତ ଭୋଟରଙ୍କୁ ଟଙ୍କା ବଣ୍ଟାର ଭିଡିଓ ଭାଇରାଲ

ଭୋଟର ଙ୍କୁ ନିଜ ସପକ୍ଷକୁ ନେବାକୁ ସବୁ ଦଳ ନିଜ ନିଜର ପ୍ରୟାସ ଜାରି ରଖିଛନ୍ତି I ପ୍ରତ୍ୟକ ଦିନ କେଉଁଠୁ ନା କେଉଁଠୁ ଫ୍ଲାଇଙ୍ଗ ସ୍କ୍ୱାଡ଼ ଦ୍ୱାରା ବହୁ ପରିମାଣରେ ଟଙ୍କା ଜବତ ହେଉଥିବା ବେଳେ ଆଉ କେଉଁଠୁ ଟଙ୍କା ବଣ୍ଟା ସମୟର ଭିଡିଓ ଭାଇରଲ ହେବାରେ ଲାଗିଛି Iସେଇଭଳି ସୋନପୁରରେ ଭୋଟରଙ୍କୁ ଟଙ୍କା ବଣ୍ଟାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି I ସୂଚନା ଅନୁଯାଇ ତରଭା ବ୍ଲକ ର ଜୁରାବନ୍ଦ ଗାଁରେ ବିଜେଡି କର୍ମୀଙ୍କ ଦ୍ୱାରା ଟଙ୍କା ବଣ୍ଟା ଯାଉଥିବାର ଅଭିଯୋଗ କରାଯାଇ ଏକ ଭିଡିଓ ଭାଇରଲ ହେଇଥିଲା

I ଭିଡିଓ ରେ ବିଜେଡି ର କର୍ମୀ ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି Iଘଟଣା ସ୍ଥଳରେ ଟଙ୍କା ଥିବାବେଳେ ଭୋଟର ଙ୍କ ଲିଷ୍ଟ ରହିଥିଲା ତେବେ ଏହାକୁ ବିଜେଡି ନେତା ଅସ୍ବୀକାର କରିଛନ୍ତି I

Leave a Reply

Your email address will not be published. Required fields are marked *