ରାଜଧାନୀ ରେ ବୁଲେଟ ରେ ଆସି ବିଜେପି ଅଫିସ୍‌କୁ ବୋମା ମାଡ଼ କରି ଦୁର୍ବୁର୍ତ୍ତ ଫେରାର

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ୟୁନିଟ ୮ର ଡେଲ୍‌ଟା କଲୋନୀ ନିକଟସ୍ଥ ବିଜେପି ର ଏକ ଅଫିସ କୁ ୩ଟି ବୋମା ମାଡ଼ କରାଯାଇଛି I ତେବେ ସୌଭାଗ୍ୟ ବଶତଃ ବୋମା ଗୁଡିକ ଫୁଟିନଥିଲା ,ଘଟଣା ସମ୍ପର୍କ ରେ ପୋଲିସ କୁ ଖବର ଦିଆଯିବା ପରେ ପୋଲିସ ପହଞ୍ଚି 3ଟି ବୋମାକୁ ନିଷ୍କ୍ରିୟ କରିଛି। ସୂଚନା ଅନୁଯାଇ ଏକ ସିଲ୍‌ଭର ରଙ୍ଗର ବୁଲେଟ ଏବଂ ଏକ ପଲସରରେ କିଛି ଯୁବକ ଆସି ବିଜେପି ଅଫିସ କୁ ବୋମା ମାଡ କରିଥିଲେ ଏବଂ ବୋମା ନଫୁଟିବା ଯୋଗୁଁ ଲଗାତାର 3ଟି ମାଡ କରିଥିଲେ I ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଜାରି ରଖିଛି I

Leave a Reply

Your email address will not be published. Required fields are marked *