କେମିତି ହେଇଥିଲା ଭଗବାନ ଶ୍ରୀ ରାମଙ୍କ ମୃତ୍ୟୁ ?

ଭଗବାନ ବ୍ରହ୍ମI କହିଛନ୍ତି ଯେଉଁ ପ୍ରାଣୀ ପୃଥିବୀରେ ଜନ୍ମ ନେବ ତାର ମୃତ୍ୟୁ ସୁନିଶ୍ଚିତ I ଭଗବାନ ବିଷ୍ଣୁ ପୃଥିବୀରେ ରାବଣର ବଦ୍ଧ କରିବା ପାଇଁ ରାମଙ୍କ ଅବତାରରେ ଆସିଥିଲେ ସେହି କାରଣରୁ ସେ ତାଙ୍କର ଶରୀରକୁ ତ୍ୟାଗ କରିବାକୁ ପଡିଲା I ସେ ତାଙ୍କ ଶରୀରକୁ ତାଙ୍କ ତରିକାରେ ତ୍ୟାଗ କରିଥିଲେ I ରାମ ରାବଣକୁ ବଦ୍ଧ କରି ବନବାସ ସମ୍ପୂର୍ଣ୍ଣ କରି ଅଯୋଧ୍ୟା ଫେରିଆସିଥିଲେ I ସେ ଅଯୋଧ୍ୟାର ରାଜା ବନିଗଲେ I ଏକ ରାତିରେ ସେ ତାର ପତ୍ନୀକୁ ବାହାରକୁ ଯିବାର ଦେଖିଲା ଓ କ୍ରୋଧରେ ତାକୁ କହିଲା ମୁ ରାମ ନୁହେ ଯେ ପର ଘରେ ରହି ଆସିଥିବା ସୀତାକୁ ଘରେ ରଖିବି I

ଭଗବାନ ରାମ ଜାଣିଛନ୍ତି ଯେ ସୀତା ହେଉଛନ୍ତି ଅଗ୍ନି ଭଳି ପବିତ୍ର ତଥାପି ରାଜ୍ୟର ଧର୍ମ ରଖିବା ପାଇଁ ସେ ତାଙ୍କର ଗର୍ଭବତୀ ସ୍ତ୍ରୀକୁ ତ୍ୟାଗ କରିଦେଇଥିଲେ I ରାମଙ୍କ ଭାଇ ଲକ୍ଷ୍ମଣ ଦେବୀ ସୀତାଙ୍କୁ ଏକ ଭୟାନକ ଜଙ୍ଗଲରେ ଛାଡ଼ିଦେଇ ଆସିଥିଲେ I ସେତେବେଳେ ସୀତା ବଣରେ ରହୁଥିବା ରୁଷି ବାଲ୍ମୀକିଙ୍କ ପାଖରେ ଶରଣ ନେଇଥିଲେ I ସେ ଆଶ୍ରମରେ ଦୁଇ ପୁତ୍ର ଲବ ଓ କୁଶକୁ ଜନ୍ମ ଦେଲେ I ଯେତେବେଳେ ସୀତା ତାଙ୍କ ଦୁଇପୁତ୍ରକୁ ରାମଙ୍କୁ ଦେଇଥିଲେ ସେତେବେଳେ ସୀତା ତାଙ୍କ ମା ଧର୍ତ୍ତିଙ୍କ ପାଖକୁ ଚାଲିଯାଇଥିଲେ I ଭଗବାନ ରାମ 11000 ବର୍ଷ ପର୍ଯ୍ୟନ୍ତ ଏହି ପୃଥିବୀରେ ରହିଲେ

I 11000ବର୍ଷ ପୁରା ହେବା ପୂର୍ବରୁ ରାମଙ୍କୁ ସାକ୍ଷାତ କରିବା ପାଇଁ ଜଣେ ତପସ୍ୱୀ ଆସିଲେ ଓ କହିଲେ ମୁ ତମ ସହ କିଛି କଥା ହେବାକୁ ଚାହୁଁଛି ଓ କହିଲେ ଆମେ କଥା ହୋଉଥିବାବେଳେ ଆମକୁ କିଏ ଦେଖିଲେ ବା ଆମ କଥାକୁ ଯିଏ ଶୁଣିବ ତାକୁ ବଦ୍ଧ କରିବାକୁ ପଡିବ I ତାଙ୍କ କଥା ଶୁଣି ରାମ କହିଲେ ହଁ ସେମିତି ହେବ I ରାମ ଲକ୍ଷ୍ମଣଙ୍କୁ କହିଲେ ବାହାରେ ତମେ ପ୍ରହର ଦିଅ I ଯେତେବେଳେ ଲକ୍ଷ୍ମଣ ବାହାରେ ପ୍ରହାର ଦେଉଥିଲେ ସେତେବେଳେ ତପସ୍ୱୀ କହିଲେ ମୁ କାଳ ,

ମତେ ବ୍ରହ୍ମ ଏଠାକୁ ପଠେଇଛନ୍ତି ସେ ନିଜେ 11000 ବର୍ଷ ରହିବାକୁ କହିଥିଲେ ଓ ସେହି ସମୟ ପୁରା ହେଇଯାଇଛି ଓ ତାଙ୍କୁ ତପସ୍ୱୀ ପଚାରିଲେ ଆପଣ ଏଠାରେ ଆଉ ରହିବାକୁ ଚାହୁଁଛନ୍ତି ନା ଆପଣ ଧାମ ଫେରିବାକୁ ଚାହୁଁଛନ୍ତି I ରାମ ଯେତେବେଳେ ତପସ୍ୱୀଙ୍କ ସହ କଥା ହେଉଥିଲେ ସେତେବେଳେ ରୁଷି ଦୁର୍ବାସା ସେଠାକୁ ଆସିଯାଆନ୍ତି ଓ ସେ ଲକ୍ଷ୍ମଣଙ୍କୁ କହିଲେ ରାମଙ୍କୁ ମୋ ଆସିବା ସୂଚନା ଦିଅ I ଲକ୍ଷ୍ମଣ କହିଲେ ଏବେ ରାମ ଆପଣଙ୍କ ସହ ମିଳିପାରିବେ ନାହିଁ ଆପଣ ଟିକେ ଅପେକ୍ଷା କରନ୍ତୁ ସେତେବେଳେ ଲକ୍ଷ୍ମଣଙ୍କ କଥା ଶୁଣି ରୁଷି ଦୁର୍ବାସାଙ୍କୁ କ୍ରୋଧ ଆସିଗଲା ଓ ସେ କହିଲେ ମୋର ଆସିବା ସୂଚନା ରାମଙ୍କୁ ଦିଅ ନହଲେ ମୁ ଅଭିଶାପ ଦେଇ ଏ ରାଜ୍ୟକୁ ବିନାଶ କରିଦେବି ଓ ତାଙ୍କ କଥା ଶୁଣି ସେ ଭାବିଲେ ସମସ୍ତଙ୍କ ବିନାଶ ହେବା ଅପେକ୍ଷା ମୋର ମୃତ୍ୟୁ ହେଲେ ଚଳିବ

I ତାପରେ ସିଏ ରାମଙ୍କ ପାଖକୁ ଆସିଲେ ଓ ରୁଷି ଦୁର୍ବାସା ଆସିବାର ସୂଚନା ଦେଲେ ଓ ତାପରେ ସେ ତପସ୍ୱୀଙ୍କୁ ବିଦାୟ ଦେଲେ I ବଚନ ଅନୁସାରେ ରାମ ଲକ୍ଷ୍ମଣଙ୍କୁ ବଦ୍ଧ କରିବାକୁ ପଡିବ ସେତେବେଳେ ରୁଷି ବଶିଷ୍ଠ କହିଲେ କି ଆପଣ ଦେଇଥିବା ବଚନ ଅନୁସାରେ ଆପଣ ଲକ୍ଷ୍ମଣଙ୍କୁ ତ୍ୟାଗ କରିଦିଅ ,କାହିଁକିନା ସାଧୁପୁରୁଷ ଅନୁସାରେ ଜଣକୁ ତ୍ୟାଗ କରିବା ବଦ୍ଧ ସହିତ ସମାନ ହେଇଥାଏ ତାଙ୍କ କଥା ଶୁଣି ସେ ଲକ୍ଷ୍ମଣଙ୍କୁ ପରିତ୍ୟାଗ କରିଦେଲେ I

ତ୍ୟାଗ କରିବାରୁ ଲକ୍ଷ୍ମଣ ସେଠାରୁ ଲୁହ ଗଡ଼ାଇ ଚାଲିଆସିଲେ ଓ ସବୁ ଇନ୍ଦ୍ରିୟ ମାନଙ୍କୁ ଶରଣ କରି ତାଙ୍କ ଶ୍ୱାସ ରୋକିଦେଲେ ଓ ସବୁ ଦେବତା ତାଙ୍କ ଉପରେ ଫୁଲର ବର୍ଷା କଲେ I ଦେବରାଜ ଇନ୍ଦ୍ର ତାଙ୍କ ଶରୀରକୁ ସାଥିରେ ନେଇ ସ୍ୱର୍ଗଦ୍ୱାର ଚାଲିଗଲେ ଓ ତାପରେ ଭଗବାନ ରାମଭି ମୃତ୍ୟୁ ପାଇଁ ନିଶ୍ଚିତ କରିଦେଲେ ଏହା ଶୁଣି ପୁରା ଅଯୋଧ୍ୟା ,ବାନର ସେନା ,ଭାରତ ,ଶତ୍ରୁଘ୍ନ ମୃତ୍ୟୁ ପାଇଁ ନିଶ୍ଚିତ କରିଦେଲେ I ରାମ ହନୁମାନ ,ବିଭୀଷଣ ଓ ପାଂଚ ଲୋକଙ୍କୁ ମୃତ୍ୟୁ ଲୋକ ଯିବାକୁ ମନାକଲେ I

ପୁରା ଅଯୋଧ୍ୟା ଓ ବାନରସେନା ରାମଙ୍କ ସହିତ ସରିୟୁ ନଦୀରେ ପ୍ରବେଶ କରିବାକୁ ନିର୍ଣ୍ଣୟ ନେଲେ ଓ ସେହି ନଦୀରେ ବୁଡ଼ିଗଲେ I

Leave a Reply

Your email address will not be published. Required fields are marked *