ବିଜେପି ବିଧାୟକ ପ୍ରାର୍ଥୀ ବୁଥ୍ ରେ ପଶି ଇଭିଏମ ଭାଙ୍ଗି ଥାନାରେ ଅଟକ

ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ସାମ୍ନାକୁ ଆସିଛି ଇଭିଏମ ଭଙ୍ଗା ର ଖବର I ସୂଚନା ଅନୁଯାଇ ଗତକାଲି ମତଦାନ ସମୟରେ ସୋରଡ଼ା ବୁଥ୍ ରେ ଘଟିଛି ଅଭାବନୀୟ ଘଟଣା I ସୋରଡା ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ ଙ୍କ ନାମରେ ଆସିଥିଲା ସଙ୍ଗୀନ ଅଭିଯୋଗ I ସୂଚନା ଅନୁଯାଇ ବୁଥ୍ ରେ ଜୋର ଜବରଦସ୍ତ ପଶି ଇଭିଏମ ଭାଙ୍ଗି ଥିଲେ ନୀଳମଣି

I ଏନେଇ ତାଙ୍କ ନାମରେ ଥାନାରେ ଏତଲା ଦିଆଯିବା ପରେ ଥାନାରେ ଅଟକ ରହିଛନ୍ତି ନୀଳମଣି I ଘଟଣାର ;ଖୋଳତାଡ ଜାରି ରହିଥିବା ବେଳେ ନୀଳମଣି ଆଣିଛନ୍ତି ପାଲଟା ଅଭିଯୋଗ I ବୁଥ୍ ଭିତରେ ବିଜେଡି କର୍ମୀ ଗଣ୍ଡଗୋଳ କରୁଥିବା ଖବର ପାଇ ସେ ସେଠାରେ ପହଞ୍ଚିଥିଲେ ଏବଂ ସେଠାରେ ଧସ୍ତାଧସ୍ତି ସମୟରେ ବିଜେଡି କର୍ମୀ ଇଭିଏମ ଭାଙ୍ଗିଛନ୍ତି ବୋଲି ନୀଳମଣି ଅଭିଯୋଗ କରିଛନ୍ତି I

Leave a Reply

Your email address will not be published. Required fields are marked *