ସାମ୍ବାଦିକ ଙ୍କ ଉପରେ ରାଗିଗଲେ ଅନୁଭବ ,କହିଲେ ଯାଆନ୍ତୁ କଲେକ୍ଟର ଅଫିସ୍‌ରେ ପଚାରିବେ

କେନ୍ଦ୍ରାପଡା ରେ ବୈଜୟନ୍ତ ଙ୍କ ସହିତ ଲଢ଼ୁଛନ୍ତି ବିଜେଡି ର କଟକ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି I ବିଶେଷ କରି କଂଗ୍ରେସ ର ଧରଣୀଧର ,ବିଜେପି ର ବୈଜୟନ୍ତ ଏବଂ ବିଜେଡି ର ଅନୁଭବ ଙ୍କ ମଧ୍ୟରେ କଡା ମୁକାବିଲା ହେବାକୁ ଥିବାବେଳେ ନିର୍ବାଚନ ପ୍ରଚାର ମଧ୍ୟ ଜୋର ଧରିଛି Iଗତକାଲି ଅନୁଭବ ଙ୍କ ପ୍ରଚାର ଚାଲିଥିବା ବେଳେ ଜଣେ ଗଣମାଧ୍ୟମ ର ପ୍ରତିନିଧି ଅନୁଭବ ଙ୍କୁ ପଚାରିଥିଲେ କି କେନ୍ଦ୍ରାପଡା ରେ ନେତା ,ଆଇନଜୀବୀ ଏବଂ ଅଭିନେତା ଙ୍କ ମଧ୍ୟରେ କାହାର ପାଲା ଭାରି ରହିବ ?

ଏଥିରେ ରାଗିଯାଇଥିଲେ ଅନୁଭବ ଏବଂ କହିଥିଲେ କି ଏ ପ୍ରଶ୍ନ ସବୁ ଆପଣମାନେ ତିଆରି କରିଛନ୍ତି ,ଏହାପରେ ସାମ୍ବାଦିକ କହିଥିଲେ କି ଆପଣ କଟକ ରାଜ୍ୟସଭା ରୁ ସାଂସଦ ହେଇଥିଲେ ,ରାଜ୍ୟସଭା ପାଣ୍ଠିରୁ କଟକ ପାଇଁ କଣ କରିଛନ୍ତି I ଏପରି ପ୍ରଶ୍ନ ରେ ଜବାବ ଦେବା ବଦଳରେ ରାଗିଗଲେ ଅନୁଭବ ଏବଂ ସାମ୍ବାଦିକ ଙ୍କୁ କହିଲେ ଯାଆନ୍ତୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସେଠାରୁ ବୁଝିନେବେ ମୁଁ କଣ କରିଛି I କଟକ ପାଇଁ ମୋ କାର୍ଯ୍ୟ କଣ I

ଅପରପକ୍ଷରେ ସାମ୍ବାଦିକ ଙ୍କ ପ୍ରତି ଅନୁଭବ ଙ୍କ ଏଭଳି କଥୋପକଥନ କୁ ବିଜେପି ନିନ୍ଦା କରିବା ସହିତ ଅନୁଭବ ଙ୍କୁ କେନ୍ଦ୍ରାପଡା ବାସି ଜବାବ ଦେବେ ବୋଲି କହିଛନ୍ତି I

Leave a Reply

Your email address will not be published. Required fields are marked *