ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଆ ପୁଅ ,ନା ଶୁଣିଲେ ରାଜନୈତିକ ଦଳ ଥରହର

ଓଡ଼ିଶାରେ ପାୱାରଫୁଲ ଅଫିସର ଭାବେ ତାମିଲନାଡୁ ଅଫିସର ପାଣ୍ଡିଆନ ଜଣାଶୁଣା ଥିବାବେଳେ ତାମିଲ ନାଡ଼ୁରେ ଜଣେ ଓଡ଼ିଆ ନିଜ ଦଗଦମା ଦେଖାଇ ଏବେ ଚର୍ଚ୍ଚା ରେ ରହିଛନ୍ତି I ତାମିଲନାଡୁରେ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଆମ ଓଡ଼ିଶାର ପୁଅ ଦାୟିତ୍ୱ ନେଇଛନ୍ତି I ତାଙ୍କ ନାମ ସତ୍ୟବ୍ରତ ସାହୁ Iସତ୍ୟବ୍ରତ ଙ୍କ ଘର ନୟାଗଡ଼ ଜିଲ୍ଲାର ଗଣିଆରେ I ତାମିଲନାଡୁ ରେ ଓଡ଼ିଆ ଆଇଏଏସ୍ ସତ୍ୟବ୍ରତ ଙ୍କ କଠୋର କାର୍ଯ୍ୟାନୁଷ୍ଠାନ ଏବେ ଚର୍ଚ୍ଚା ର ଶିରୋନାମାରେ I

ଓଡିଶା ପାଇଁ ଗର୍ବ ଆଣିଥିବା ଏହି ଓଡ଼ିଆ ଅଫିସର ନିକଟରେ ତାମିଲନାଡୁର ଭେଲୋରଠାରେ ନିର୍ବାଚନୀ ପ୍ରଚାର ପାଇଁ ଯାଉଥିବା ପ୍ରାୟ ୧୧ କୋଟିରୁ ଊର୍ଧ୍ୱ ଟଙ୍କା ଜବତ କରି ଭେଲୋର ନିର୍ବାଚନ ପାଇଁ ମତଦାନ କୁ ସମ୍ପୂର୍ଣ୍ଣ ବାତିଲ କରିଦେଇ ଏବେ ଚର୍ଚ୍ଚା ରେ I କେବଳ ଏତିକି ନୁହେଁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗ ଆସିବା ପରେ ଓଡ଼ିଆ ପୁଅ ତଥା ତାମିଲନାଡୁର ମୁଖ୍ୟ ନିର୍ବାଚନ କମିସନ ସତ୍ୟବ୍ରତ ସାହୁ ତାମିଲନାଡୁ ର ୨ଟି ଟିଭି ଚ୍ୟାନେଲ୍ ଏବଂ ଖବରକାଗଜ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି I

ଏବେ ସାରା ତାମିଲନାଡୁ ରେ ସତ୍ୟବ୍ରତ ଙ୍କ ଚର୍ଚ୍ଚା I ସୂଚନା ଥାଉ କି ତାମିଲନାଡୁ କ୍ୟାଡରର ୧୯୯୭ ବ୍ୟାଚର ଆଇଏଏସ୍ ଅଫିସର୍ ହେଉଛନ୍ତି ସତ୍ୟବ୍ରତ I ତାମିଲନାଡୁ ରେ ଶ୍ରେଷ୍ଠ ଜିଲ୍ଲାପାଳ ଭାବେ ମଧ୍ୟ ସତ୍ୟବ୍ରତ ପୁରସ୍କୃତ ହେଇଥିଲେ I ଏହାପୂର୍ବରୁ ପରିଚାଳନା ନିର୍ଦ୍ଦେଶକ ଭାବେ ଚେନ୍ନାଇ ମେଟ୍ରୋପଲିଟାନ୍ ଓ୍ଵାଟର୍ ସପ୍ଲାଏ ଆଣ୍ଡ୍ ସ୍ୱରେଜ ବୋର୍ଡରେ କାମ କରି ନିଜର ଦକ୍ଷତା ଦେଖାଇଥିଲେ ସତ୍ୟବ୍ରତ I

Leave a Reply

Your email address will not be published. Required fields are marked *