ବିଜେଡି ପ୍ରାଥୀନି ଙ୍କ ଫେକ୍ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା ରେ ବନ୍ଧା ହେଲେ ଓଟିଭି ସାମ୍ବାଦିକ

କେନ୍ଦୁଝର ଲୋକସଭା ବିଜେଡି ପ୍ରାଥୀନି ଚନ୍ଦ୍ରାଣି ମୁର୍ମୁ ଙ୍କ ଏକ ମିଛ ଭିଡିଓ ଭାଇରଲ ଘଟଣାରେ ବିଜେପି ର ଜିଲ୍ଲା ସୋସିଆଲ ମିଡ଼ିଆ ସଂଯୋଜକ ଗିରଫ ହେଇସାରିଥିବା ବେଳେ ୱେବ ପୋର୍ଟାଲ ଏଟିଆର ସାମ୍ବାଦିକ ପ୍ରଶାନ୍ତ ମଧ୍ୟ ଗିରଫ ହେଇଛନ୍ତି I ଘଟଣାରେ ପ୍ରଶାନ୍ତ ଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା I ପ୍ରଶାନ୍ତଂକୁ ପୋଲିସ ଗିରଫ କରିବା ପରେ ଏବେ ପୁଣି ଆଉ ଜଣେ ସାମ୍ବାଦିକ ଗିରଫ ହେଇଛନ୍ତି I

ସାମ୍ବାଦିକ ଜଣଙ୍କ ଓଟିଭି ରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାମ ସୀମାଞ୍ଚଳ ପାତ୍ର I ମିଛ ଭିଡ଼ିଓ ଭାଇରାଲ ଘଟଣାରେ ତାଙ୍କର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିଲା ପ୍ରଶାନ୍ତ ଙ୍କ ଗିରଫ ପରେ I ସିମାଞ୍ଚଳ ଏହି ମିଛ ଭିଡିଓ ପ୍ରଶାନ୍ତ ଙ୍କ ସହ ମିଶି ଭାଇରଲ କରିଥିଲେ I ସାମ୍ବାଦିକ ଭାବରେ ଘଟଣାର କୌଣସି ସତ୍ୟାସତ୍ୟ ନଜାଣି ଭିଡିଓ ଭାଇରଲ କରିବାରେ ମୁଖ୍ୟ ଭୂମିକା ଥିବାରୁ ଦୁଇ ସାମ୍ବାଦିକ ଙ୍କୁ ଗିରଫ କରାଯାଇଛି I

ଅପରପକ୍ଷରେ ଓଟିଭି ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି କି ଏହା ସୀମାଞ୍ଚଳ ଙ୍କ ବ୍ୟକ୍ତିଗତ ଘଟଣା ,ଏଥିପାଇଁ ଓଟିଭି ର କୌଣସି ସମର୍ଥନ ନାହିଁ I ଓଟିଭି ସବୁବେଳେ ସତ୍ୟାସତ୍ୟ ଅନୁସନ୍ଧାନ ପରେ ଖବର ପ୍ରସାରଣ କରିଥାଏ I

Leave a Reply

Your email address will not be published. Required fields are marked *