ନିର୍ବାଚନ ପୂର୍ବରୁ ଚାଲିଗଲେ ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲ

ନିର୍ବାଚନ କୁ ଆଉ ଅଳ୍ପ ଦିନ ବାକି ଥିବାବେଳେ ଆରପାରିକି ଚାଲିଯାଇଛନ୍ତି ପୂର୍ବତନ ବିଧାୟକ ତଥା ପାଟକୁରା ବିଜେଡି ବିଧାୟକ ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ବାଲ I ଦୀର୍ଘ ଦିନ ଧରି ତାଙ୍କ ଶରୀର ଅସୁସ୍ଥ ଥିଲା ,ତେଣୁ ସେ ନିର୍ବାଚନ ନଲଢ଼ିବାକୁ ଇଛା ପ୍ରକଟ କରିଥିଲେ କିନ୍ତୁ ତାଙ୍କ ଲୋକପ୍ରିୟତା କୁ ଦେଖି ବିଜେଡି ତରଫରୁ ଟିକେଟ ଘୋଷଣା କରାଯାଇଥିଲା I ସେ ଟିକେଟ ଗ୍ରହଣ କରିପାରିନଥିଲେ ମଧ୍ୟ ତାଙ୍କ ସ୍ତ୍ରୀ ଟିକେଟ ଆଣିଥିଲେ ଏବଂ ସ୍ୱାମୀଙ୍କ ପାଇଁ ପରିବାର ଲୋକେ ପ୍ରଚାର କରିଥିଲେ I

ତେବେ ଆଜି ସମସ୍ତଙ୍କୁ ଛାଡି ଆରପାରିକି ଚାଲିଯାଇଛନ୍ତି ପ୍ରକାଶ ଅଗ୍ରଓ୍ବାଲ I ପୂର୍ବରୁ କେନ୍ଦ୍ରାପଡା ରୁ ନିର୍ବାଚନ ଲଢ଼ି ବିଧାୟକ ହେଇଥିଲେ ଏବଂ ପରବର୍ତୀ ସମୟରେ ପାଟକୁରାରୁ ଦୁଇ ଥର ବିଧାୟକ ହେଇଥିଲେ I
ତାଙ୍କ ଅକସ୍ମାତ ବିୟୋଗ ରେ ନିର୍ବାଚନୀ ମଣ୍ଡଳୀ ରେ ରାଜନୈତିକ ଅସ୍ଥିରତା ଦେଖାଯାଇଛି I

Leave a Reply

Your email address will not be published. Required fields are marked *