ଦୁର୍ଗା ଙ୍କ ଅନ୍ୟନାମ ଅପରାଜିତା , ଭୁବନେଶ୍ୱର ରୁ ଅସୁର ମାନଙ୍କୁ କରିବେ ନିପାତ -କହୁ କହୁ ଏମିତି କହିଦେଲେ ମଉସା

ଆସନ୍ତା 23ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ସବୁଠାରୁ ଅଧିକ ଚର୍ଚାରେ ରହିଛି ଲୋକସଭା ଆସନ I ପ୍ରଶାସିକା ରୁ ନେତ୍ରୀ ପାଲଟିଥିବା ଅପରାଜିତା ବିଜେପି ରୁ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ବିଜେଡି ପ୍ରାଥୀ ହେଉଛନ୍ତି ଆଇପିଏସ ଅରୂପ କୁମାର I

ତେବେ ଅପରାଜିତା ଙ୍କ ଦମଦାର ପ୍ରଚାର ଆଗରେ ଫିକା ପଡିଯାଇଛନ୍ତି ଅରୂପ Iରାଜନୀତିରେ ଏଣ୍ଟ୍ରି କରୁ କରୁ ପୁରା ଚର୍ଚିତ ଥିବା ଅପରାଜିତା ଭୁବନେଶ୍ୱର ଆସନ ପାଇଁ ଟିକେଟ ପାଇବା ପରେ ବୁଲି ବୁଲି ପ୍ରଚାର କରିବା ସହିତ ଲୋକଙ୍କ ସହିତ ମିସୁଛନ୍ତି Iତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ର ଶେଷ ଦିନ ହେଇଥିବାରୁ ପୁରା ଦମ୍ ରେ ଲାଗିଯାଇଛନ୍ତି ଅପରାଜିତା I ଏକ ନିର୍ବାଚନୀ ପ୍ରଚାର ରେ ଯୋଗ ଦେଇ ଅପରାଜିତା କହିଛନ୍ତି ଯେ ଓଡିଶା ବାହାରକୁ ଯେଉଁଠିକି ଯାଉଥିଲି ସମସ୍ତେ କହିଲେ ଓଡିଶା ଦରିଦ୍ର ରାଜ୍ୟ ,ବାହାରେ ଓଡ଼ିଶାର ସ୍ଥାନ ଏଭଳି ଥିବାରୁ ଭାରି କଷ୍ଟ ଲାଗିଥିଲା ସେଥିପାଇଁ ବାଧ୍ୟ ହେଇ ରାଗରେ ଚାକିରୀ ଛାଡିଦେଲି I

ଚାକିରି ଛାଡି ଆପଣମାନଙ୍କ ସେବା କରିବାକୁ ରାଜନୀତି କୁ ଆସିଛି I ତେବେ ସଭାରେ ଜଣେ ବୃଦ୍ଧ ମଉସା କହିଥିଲେ କି ଅପରାଜିତା ହେଉଛି ମା ଦୁର୍ଗାଙ୍କର ଅନ୍ୟ ଏକ ନାମ I ସେ ଅସୁର ମାନଙ୍କୁ ବଦ୍ଧ କରିବାକୁ ଭୁବନେଶ୍ୱର ଆସିଛନ୍ତି ,ଯାହାକି ଏବେ ସବୁଆଡେ ଜୋରଦାର ଚର୍ଚା ହେବାରେ ଲାଗିଛି ମଉସାଙ୍କର ଏହି ଦୁର୍ଗା ଉପାଖ୍ୟାନ I

Leave a Reply

Your email address will not be published. Required fields are marked *