ନିର୍ବାଚନୀ ପ୍ରଚାର ଶେଷ ଦିନରେ ଢେଙ୍କାନାଳ ରେ ସୁଧୀର ଙ୍କ ଜୋରଦାର ପ୍ରଚାର I ସୁଧୀର ଙ୍କ ପାଇଁ ପ୍ରଚାର କଲେ କୁନା ତ୍ରିପାଠୀ

ଦିନକ ପରେ ନିର୍ବାଚନ ହେବାକୁ ଥିବାବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ପ୍ରଚାର ଶେଷ ହେଇଛି I ଏହିକ୍ରମରେ 23ତାରିଖ ରେ ଢେଙ୍କାନାଳ ରେ ନିର୍ବାଚନ ହେବାକୁ ଥିବାବେଳେ ଆଜି ଢେଙ୍କାନାଳ ର ସଦର ଅଞ୍ଚଳ ରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ବିଜେଡି ପ୍ରାଥୀ ସୁଧୀର ସାମଲ I ଢେଙ୍କାନାଳ ତ୍ରିମୁଖୀ ଲଢେଇ ରେ କଂଗ୍ରେସ ପ୍ରାଥୀ ନବୀନ ନନ୍ଦ ଏବଂ କୃଷ୍ଣ ପାତ୍ର ଙ୍କ ଠାରୁ ସୁଧୀର ଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଥିବାବେଳେ ମତଦାନ ରେ ବିଜେଡି ପ୍ରାଥୀ ସୁଧୀର ଙ୍କୁ ବହୁମତରେ ବିଜୟୀ କରିବାକୁ ପ୍ରଚାର ମୈଦାନ କୁ ଓଲ୍ହାଇଥିଲେ ବିଜେଡି ଷ୍ଟାର ପ୍ରଚାରକ କୁନା ତ୍ରିପାଠୀ I

ଢେଙ୍କାନାଳ ସଦର ର ବିଭିର୍ଣ୍ଣ ଅଞ୍ଚଳ ରେ ସୁଧୀର ଙ୍କ ସହିତ କୁନା ତ୍ରିପାଠୀ ପ୍ରଚାର କରି ତାଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ I

Leave a Reply

Your email address will not be published. Required fields are marked *