ସାଧାରଣ ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ରେ ଆଜି ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ ହେଇସାରିଛି I ତୃତୀୟ ପର୍ଯ୍ୟାୟ ପାଇଁ ଢେଙ୍କାନାଳ, କଟକ ,କେନ୍ଦୁଝର , ପୁରୀ,ଭୁବନେଶ୍ୱର, ସମ୍ବଲପୁର, ରେ ମତଦାନ ସକାଳ 7ଘଟିକା ଠାରୁ ହେଇସାରିଛି I ତେବେ ମତଦାନ ରେ`କେନ୍ଦ୍ର ରେ ଓଡ଼ିଶାର ବହୁ ଚର୍ଚିତ ଚେହେରା ଙ୍କୁ ଭୋଟ ଦେବାର ଦେଖିବାକୁ ମିଳିଛି I ବିଜେଡି ସୁପ୍ରିମ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଏରୋଡ୍ରମ କଲୋନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୨ ନମ୍ବର ବୁଥ୍ରେ ଭୋଟ ଦେଇଥିବା ବେଳେ ଭୁବନେଶ୍ୱରର ନୟାପଲ୍ଲୀ ଦେଇଛନ୍ତି ଅପରାଜିତା ସଡଙ୍ଗୀ I ସେହିପରି ପିସିସି ସଭାପତି ନିରଂଜନ ପଟ୍ଟନାୟକ ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଧାଡିରେ ଠିଆ ହେଇ ନିଜର ମତଦାନ ଦେଇଛନ୍ତି I
ଓଡ଼ିଶାର ଚର୍ଚିତ ଚେହେରା ଭାବେ ପରିଚିତ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ଆଜି ୟୁନିଟ୍-୬ ସରକାରୀ ହାଇସ୍କୁଲରେ ନିଜର ମତଦାନ ଦେଇଛନ୍ତି I