ଟଙ୍କା ବାଣ୍ଟୁଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବାନ୍ଧିଦେଲେ ଗାଁ ବାସି ,ଭୋଟ ପିଛା 2000 ଦେଉଥିବା ଅଭିଯୋଗ

ଆଜି ତୃତୀୟ ନିର୍ବାଚନ ପାଇଁ ମତଦାନ ହେଉଥିବା ବେଳେ ଗତକାଲି ରାତିରେ ପ୍ରାୟତ ଅନ୍ଧାରି ବିଜେ ହେଉଥିଲା I ସେହିପରି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ରେ କାଣ୍ଡପଡ଼ା ପଞ୍ଚାୟତର ନିର୍ବାହୀ ଅଧିକାରୀ ସରୋଜ ସାହୁ ଭୋର ସମୟରେ ଟଙ୍କା ବାଣ୍ଟୁଥିବା ଖବର ମିଳିବା ପରେ ଗାଁ ବାସି ତାଙ୍କୁ ଧରି ବାନ୍ଧିଦେଇଥିଲେ I ଘଟଣା ସ୍ଥଳରେ ପୋଲିସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ତାଙ୍କୁ ଥାନାକୁ ଆଣିଥିଲେ I

ଘଟଣା ସ୍ଥଳରୁ ଏକ ଗାଡି ମଧ୍ୟ ଜବତ ହେଇଚି ଏବଂ ସେଥିରୁ ବିଜେଡି ପତାକା ସହିତ ନଗଦ 13000 ଟଙ୍କା ଜବତ ହେଇଚି I ତେବେ ଗାଁ ବାସୀଙ୍କ ଅଭିଯୋଗ ଅନୁଯାଇ ସେ ବିଜେଡି ପାଇଁ ଟଙ୍କା ବାଣ୍ଟୁଥିଲେ I

ଜଣଙ୍କା 2000 ଦେଇ ବିଜେଡି କୁ ଭୋଟ ଦେବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ଆସିଥିବା ବେଳେ ସରୋଜ କହିଛନ୍ତି ଯେ ସେ ଏ ବିଷୟରେ ଜାଣିନାହାନ୍ତି କି ସେ ଗାଡି ରେ ସେ ନଥିଲେ ଟଙ୍କା କୁଆଡୁ ଆସିଲା ସେ ଜାଣିନାହାନ୍ତି କି କହିପାରିବେନି I

Leave a Reply

Your email address will not be published. Required fields are marked *