ଢେଙ୍କାନାଳ ରେ ଅଘଟଣ : ବୁଥ୍‌ରେ ଚାଲିଗଲା ପୋଲିଂ କର୍ମଚାରୀଙ୍କ ଜୀବନ

ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଢେଙ୍କାନାଳ ରେ ଘଟିଯାଇଛି ଏକ ଅଘଟଣ I ମତଦାନ କେନ୍ଦ୍ରରେ ଜଣେ ପୋଲିଂ ଜୀବନ ଚାଲିଯାଇଛି I ସୂଚନା ଅନୁଯାଇ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪୧ ନମ୍ବର ବୁଥ ଦାୟିତ୍ୱରେ ଥିବା ହିନ୍ଦୋଳ ଅଞ୍ଚଳର ନବକିଶୋର ନାୟକ କାମ କରୁଥିବା ବେଳେ ହଠାତ ଅସୁସ୍ଥ ହେଇପଡ଼ିଥିଲେ I ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ,ତେବେ ତାଙ୍କ ରକ୍ତଚାପ ଅସ୍ୱାଭାବିକ ଭାବେ ବୃଦ୍ଧି ହେଇ ହୃଦଘାତ ରେ ଜୀବନ ଚାଲିଯାଇଛି I

ତାଙ୍କ ସ୍ଥାନରେ ଆଉ ଜଣଙ୍କୁ ନିୟୋଜିତ କରାଯାଇଥିବା ବେଳେ ସରକାରୀ ନିୟମ ଅନୁଯାଇ ତାଙ୍କୁ କ୍ଷତିପୂରଣ ଯୋଗାଇଦିଆଯିବାକୁ ଉଞ୍ଚ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଛନ୍ତି Iନବଘନ ଙ୍କ ଘର ହିନ୍ଦୋଳ ହେଇଥିବା ବେଳେ ସେ ହିନ୍ଦୋଳ ପ୍ରାଣୀଧନ ଚିକିତ୍ସାଳୟରେ କାର୍ଯ୍ୟ କରନ୍ତି I

Leave a Reply

Your email address will not be published. Required fields are marked *