ବହୁତ ହିଂସା ବଢିଗଲା ଆଉ ନୁହେଁ…ନବୀନ ବାବୁ ଆପଣ ଏଥର ବିଦା ହେବେ : ମୋଦି

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ମତଦାନ ଚାଲିଥିବା ବେଳେ କେନ୍ଦ୍ରାପଡା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ I କେନ୍ଦ୍ରାପଡ଼ାର ବାରୁଆ ସିଦ୍ଧ ପଡିଆରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ ବିରୁଧରେ ପ୍ରବଳ ବର୍ଷିଛନ୍ତି I ପ୍ରଥମେ ଜୟ ଜଗନ୍ନାଥ ରୁ ଆରମ୍ଭ କରିଥିବା ମୋଦି ସିଧାସଳଖ ଟାର୍ଗେଟ କରିଥିଲେ ନବୀନ ପଟନାୟକ I ରାଜ୍ୟରେ ଚାଲିଥିବା ବିଜେଡି ସରକାର ସମ୍ପୂର୍ଣ୍ଣ ଭୟଭୀତ ହେଇ ବିଜେପି କର୍ମୀ ଙ୍କ ଉପରେ ଆକ୍ରମଣ କରୁଛନ୍ତି I ପ୍ରଥମ ପ୍ରଚାର ରେ ମୁଖ୍ୟମନ୍ତ୍ରୀ ଙ୍କୁ ନେଇ କୌଣସି ଆଲୋଚନା କରିନଥିଲି ଭାବିଥିଲି ଏତେବର୍ଷ ଧରି ସରକାର କରିଛନ୍ତି ଇଜ୍ଜତ ରେ ବିଦା ହୁଅନ୍ତୁ କିନ୍ତୁ ବିଗତ 10-12 ଦିନ ଭିତରେ ଯେଉଁଭଳି ଭାବରେ ହିଂସା ବଢିଚାଲିଛି ଆଉ ଚୁପ ରହିହେବନି I ଏଥରକ ପରିବର୍ତନ ନିହାତି ହେବ I

Leave a Reply

Your email address will not be published. Required fields are marked *