ବୁଥ୍ ଭିତରେ ଇଭିଏମ ଭାଙ୍ଗିଲେ ବିଜେପି ପ୍ରାଥୀ ଓମ I ଥାନାରେ ଏତଲା ଦେଲେ ପୋଲିଂ ଅଧିକାରୀ

ଗତକାଲି ତୃତୀୟ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ସାମ୍ନାକୁ ଆସିଛି ସତ୍ୟବାଦୀ ର ଘଟଣା I ନିକଟରେ ପିପିଲି ରେ ଯାଞ୍ଚ କରିବାକୁ ଯାଇଥିବା ନିର୍ବାଚନ ଫ୍ଲାଇଙ୍ଗ ଅଧିକାରୀ ଙ୍କୁ ମାଡମାରି ବିଜେଡି ବାହୁବଳୀ ନେତା ପ୍ରଦୀପ ମହାରଥୀ ଗିରଫ ହେଇଥିବା ବେଳେ ସତ୍ୟବାଦୀ ରେ ପୁଣି ଦେଖିବାକୁ ବିଜେପି ନେତାଙ୍କ ଗୁଣ୍ଡାଗିରି Iସତ୍ୟବାଦୀ ବିଜେପି ପ୍ରାଥୀ ଓମ ପ୍ରକାଶ ମିଶ୍ର ଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ

I ଅଭିଯୋଗ ଅନୁଯାଇ କଣାସ ବ୍ଲକ୍ ଅନ୍ତର୍ଗତ ବୀରକିଶୋରପୁର ଗ୍ରାମର ୭୮ ନଂ ବୁଥରେ କିଛି ତ୍ରୁଟି ଦେଖାଯାଇଥିଲା ତେବେ ସେଠାରେ ଓମପ୍ରକାଶ ମିଶ୍ର ତାଙ୍କର ସମର୍ଥକମାନଙ୍କ ସହିତ ବୁଥ ଭିତରେ ପଶି ଇଭିଏମ୍ ଭଂଗାରୁଜା କରିଥିବା ଅଭିଯୋଗ ହେଇଛି ଏନେଇ ପ୍ରିଜାଇଡିଂ ଅଫିସର ଥାନାରେ ଏତଲା ଦେଇଥିବା ଜଣାପଡିଛି I ଘଟଣାକୁ ନେଇ ବିଜେଡି ତରଫରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛି I ଏନେଇ ଓମ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ

I ସୂଚନା ଥାଉ ଗତକାଲି ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀର କମାଶାସନରେ ମଧ୍ୟ ଇଭିଏମ ଭଙ୍ଗାରୁଜା ହେଇଥିଲା ଯେଉଁଥିରେ କି ବିଜେପି କର୍ମୀ ଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ଥିବାବେଳେ କର୍ମୀ ମାନେ ପ୍ରିଜାଇଡିଂ ଅଫିସର ଙ୍କ ନାମରେ ପାଲଟା ଅଭିଯୋଗ ରଖିଥିଲେ I

Leave a Reply

Your email address will not be published. Required fields are marked *