ପବିତ୍ର ଗଙ୍ଗା କୂଳରେ ନିର୍ବାଚନ ପାଇଁ ଆରତୀ କଲେ ପ୍ରଧାନମନ୍ତ୍ରୀ

ପବିତ୍ର ଗଙ୍ଗା ନଦୀ କୂଳ ରେ ନିର୍ବାଚନ ପାଇଁ ଆରତୀ କରିଛନ୍ତି ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବାରଣାସୀ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରୋଡ ସୋ କରିସାରିବା ପରେ ଦଶାସ୍ଵମେଧ ଘାଟ ରେ ଆରତୀ କରିଛନ୍ତି। ଏହି ଆରତୀ ସମୟ ରେ ବିଜେପି ସଭାପତି ଅମିତ୍ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୁ ଆଦିତ୍ୟ ନାଥ, ରାଜ୍ୟ ବିଜେପି ସଭାପତି ମହେନ୍ଦ୍ର ନାଥ ପାଣ୍ଡେ ପ୍ରଭୃତି ଉପସ୍ଥିତ ଥିଲେ। ଆସନ୍ତା କାଲି ମୋଦି ନିଜ ର ପ୍ରାର୍ଥୀ ପତ୍ର ଦାଖଲ କରିବାକୁ ଯାଉଥିବାରୁ ଏହି ରୋଡ ସୋ ଓ ଗଙ୍ଗା ଆରତୀ ମାଧ୍ୟମ ରେ ସେ ଏନ୍ ଡି ଏ ର ଶକ୍ତି ପ୍ରଦର୍ଶନ କରିଛନ୍ତି।

ଗତ ୨୦୧୪ ରେ ମଧ୍ୟ ମୋଦି ପ୍ରାର୍ଥୀ ପତ୍ର ଦାଖଲ କରିବା ପୂର୍ବରୁ ଠିକ୍ ଏହିଭଳି ରୋଡ ସୋ କରିଥିଲେ। ଆଜି ର ଏହି ରୋଡ ସୋ ରେ ଏନଡିଏ ର ମୁଖ୍ୟ ସହଯୋଗୀ ନୀତିଶ କୁମାର, ଅକାଳି ଦଳ ର ମୁଖ୍ୟ ପ୍ରକାଶ ସିଂ ବାଦଲ, ଶିବସେନା ର ମୁଖ୍ୟ ପ୍ରକାଶ ସିଂ ବାଦଲ, କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ବରାଜ ପୀୟୂଷ ଗୋୟେଲ୍ ଓ ନିତିନ ଗଡକରି ଇତ୍ୟାଦି ସାମିଲ ଥିଲେ।

Leave a Reply

Your email address will not be published. Required fields are marked *