ବିଜେଡି ନେତାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଓମ ପ୍ରକାଶ

କିଛିଦିନ ଧରି ସତ୍ୟବାଦୀ ବିଜେପି ବିଧାୟକ ଓଁ ପ୍ରକାଶ ମିଶ୍ର ଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ଆଜି ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଓମ ପ୍ରକାଶ I ସେ କହିଛନ୍ତି ଯେ ମତଦାନ ଦିନ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥ ରେ ବିଜେଡି ରିଂଗିଙ୍ଗ କରୁଥିବାର ଅଭିଯୋଗ ଆସିବା ପରେ ସେ ବାଧ୍ୟ ହେଇ ସେହି ସ୍ଥାନରେ ପହଞ୍ଚିଥିଲେ କିନ୍ତୁ ବୁଥ୍ ରେ ପହଁଚିବା ପୂର୍ବରୁ ଦେଖାଯାଇଥିଲା କି ଯେଉଁମାନେ ଧାଡିରେ ଠିଆ ହେଇଥିଲେ ଭିତରେ ବିଶିଆ ପ୍ରଧାନ ନାମ୍ନୀ ଜଣେ ବ୍ୟକ୍ତି ବିଜେଡି ନାମରେ ସବୁ ଭୋଟ ଦେଇଦେଇଥିଲେ ଯାହାକୁ ନେଇ ଉତ୍ତେଜନା ଲାଗି ରହିଥିଲା ,

ଓମ ପ୍ରକାଶ ସେଠାରେ ପହଞ୍ଚୁ ପହଞ୍ଚୁ ବିଶିଆ ନାମକ ବ୍ୟକ୍ତି ଙ୍କ ସହିତ ତାଙ୍କର ଗଣ୍ଡଗୋଳ ହେଇଥିଲା ଏବଂ ସେଠାରେ ଉପସ୍ଥିତ ବିଜେଡି କର୍ମୀ ଓମ ଙ୍କ ଗାଡ଼ିରୁ ଜୋର ଜବରଦସ୍ତ 50ହଜାର ଟଙ୍କା ଏବଂ ତାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ କୁ ଛଡାଇନେଇଥିଲେ I ଏପରିକି ସାଶକ ଦଳର କର୍ମୀ ମାନେ ଇଭିଏମ ମେସିନ କୁ ଭଙ୍ଗାରୁଜା କରିଛନ୍ତି I ରାତି 11ଟା ପର୍ଯ୍ୟନ୍ତ ବୁଥ ରେ ବିଧାୟକ ପ୍ରାଥୀ ଉମା ସାମନ୍ତରାୟ ଉପସ୍ଥିତ ରହି ପ୍ରିଜାଇଡିଂ ଅଫିସର ଙ୍କୁ ବାଧ୍ୟ କରି ତାଙ୍କ ନାମରେ ଏତଲା ଦେଇଛନ୍ତି

ତେଣୁ ଏ ସମସ୍ତ ଘଟଣାର ସ୍ୱଚ୍ଛ ତଦନ୍ତ କରାଯାଉ ଯଦି ସେ ଦୋଷୀ ହେଇଥିବେ ତେବେ ସମସ୍ତ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି I ଏନେଇ ବରିଷ୍ଠ ବିଜେପି ନେତା କୃଷ୍ଣ ଚନ୍ଦ୍ର ଜଗଦେବ କହିଛନ୍ତି କି ପୁରୀରେ ଆଠଟି ସମ୍ବେଦନ ଶିଳ ବୁଥ୍ ରହିଥିବା ନେଇ ସେ ପ୍ରସାଶନ ର ଦୃଷ୍ଟି ଆକର୍ଷଣ କରିଥିଲେ କିନ୍ତୁ ପ୍ରସାଶନ ତରଫରୁ କୌଣସି ତତ୍ପରତା ଦେଖାଯାଇନଥିଲା ଫଳରେ ବୁଥ୍ ରିଂଗିଙ୍ଗ ହେବା ଭଳି ଘଟଣା ଘଟିଥିଲା I ଅପରପକ୍ଷରେ ଯଦି ଏହା ସତ୍ୟ ହେଇଥାଏ ତେବେ ବୁଥ୍ ଭିତରେ ଜଣେ ବ୍ୟକ୍ତି କିଭଳି ଅନ୍ୟମାନଙ୍କର ଭୋଟ ଦେଉଥିଲେ ତାହାକୁ ନେଇ ପ୍ରିଜାଇଡିଂ ଅଫିସର ଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ I ସ୍ୱଚ୍ଛ ତଦନ୍ତ ରେ ସମସ୍ତ ଘଟଣା ସାମ୍ନାକୁ ଆସିପାରିବ ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି I ସୂଚନା ଥାଉ କି ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ସତ୍ୟବାଦୀର କଣାସ ବ୍ଲକ୍ ବୀରକିଶୋରପୁର ଗାଁର ୭୮ ନମ୍ବର ବୁଥ ରେ ସତ୍ୟବାଦୀ ବିଜେପି ବିଧାୟକ ପ୍ରାଥୀ ଇଭିଏମ ଭାଙ୍ଗିଥିବା ଅଭିଯୋଗ ଆସିଥିଲା ଏବଂ ତାଙ୍କୁ ପୋଲିସ ଗିରଫ କରିବାକୁ ଖୋଜୁଛି

I ତେବେ ଏଭଳି ପରିସ୍ଥିତି ରେ ଓମ ଙ୍କ ପ୍ରତିକ୍ରିୟା ଘଟଣାରେ ନାଟକୀୟ ମୋଡ ଆଣିଥିବା ବେଳେ ସାଶକ ଦଳର ପ୍ରାଥୀ ଉମା ସାମନ୍ତରାୟ ଙ୍କ ପ୍ରତିକ୍ରିୟା ମିଳିପାରିନାହିଁ I

Leave a Reply

Your email address will not be published. Required fields are marked *