ଶୌଚ ହେବାକୁ ଯାଇଥିବା ଯୁବକଙ୍କ ଗୁପ୍ତାଙ୍ଗ କୁ ହାଣିଦେଲେ ଦୁର୍ବୃତ୍ତ

କେନ୍ଦୁଝର ରେ ଘଟିଛି ଏକ ଅଭାବନୀୟ ଘଟଣା I ଜଣେ ଯୁବକ ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କ ଗୁପ୍ତାଙ୍ଗ କୁ କେହି ଦୁର୍ବୁର୍ତ୍ତ କାଟି ଦେଇଛନ୍ତି I ସୂଚନା ଅନୁଯାଇ ସଁରାପଶି ଗ୍ରାମର ୨୮ବର୍ଷୀୟ ଯୁବକ ଦୀପକ ମହାନ୍ତ ସକାଳୁ ଉଠି ଝାଡା ଯିବାକୁ କହି ବାହାରକୁ ଯାଇଥିଲେ । ବହୁ ବିଳମ୍ବ ହେବା ପରେ ମଧ୍ୟ ସେ ଘରକୁ ଫେରିନଥିଲେ I ବହୁତ ଖୋଜାଖୋଜି ପରେ ଗ୍ରାମର ଆବାସିକ ଶିଶୁମନ୍ଦିର ର ଏକ ରୁଦ୍ଧ କୋଠରୀ ମଧ୍ୟରୁ ତାଙ୍କ ରକ୍ତ ଜୁଡୁବୁଡୁ ଶରୀର ମିଳିଥିଲା I ତେବେ ଦେଖିବାକୁ ମିଳିଥିଲା କି ତାଙ୍କ ଗୁପ୍ତାଙ୍ଗ କୁ ଧାରୁଆ ଅସ୍ତ୍ର ରେ କାଟିଦେଇଛି I ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଛି I ଯୁବକ ଙ୍କ ଗୁପ୍ତାଙ୍ଗ କିଏ କାଟିଲା ତାହା ଜଣାପଡିନାହିଁ I

Leave a Reply

Your email address will not be published. Required fields are marked *