ସମ୍ପୂର୍ଣ୍ଣ ସୁସ୍ଥ ହେଇ ପୁଣି ଓଡ଼ିଆ ଫିଲ୍ମ କୁ ଫେରିଲେ ପପୁ ପମପମ, ରଜରେ ଆସୁଛି “ମୁଁ ଚୁଲ୍ ବୁଲ୍ ପାଣ୍ଡେ

କମେଡି କିଙ୍ଗ ପପୁ ପମପମ ହଠାତ ଅସୁସ୍ଥ ହେଇଜିବା ପରେ ସାରା ଓଡ଼ିଶାରେ ଚହଳ ପଡିଯାଇଥିଲା ତେବେ ପାନକ୍ରିୟାସ ସଂକ୍ରମଣ ରେ ପୀଡିତ ହେଇ ଦୀର୍ଘ ଦିନ ହସ୍ପିଟାଲ ରେ ରହିବା ପରେ ଓଡିଶା ଫେରିଥିଲେ ପପୁ I ଦୀର୍ଘଦିନ ର ବ୍ୟବଧାନ ପରେ ପୁଣି ସିନେମା ଦୁନିଆକୁ ଓଲ୍ହାଇଛନ୍ତି ଏହି କମେଡି କିଙ୍ଗ I ରଜରେ ଆସୁଛି ତାଙ୍କ ନୂଆ ସିନେମା I ତେବେ ଏନେଇ ପପୁ କହିଛନ୍ତି କି ଅସୁସ୍ଥ ଥିବାବେଳେ ଦୁଇଥର ତାଙ୍କୁ ମୃତ ବୋଲି ମିଛ ଖବର ଭାଇରଲ ହେଇଥିଲା କିନ୍ତୁ ଓଡିଶା ବାସୀଙ୍କ ଭଲପାଇବା ଯୋଗୁଁ ସେ ଫେରି ଆସିଥିଲେ ମୃତ୍ୟୁ ମୁଁହରୁ

I ସମ୍ପୂର୍ଣ୍ଣ ସୁସ୍ଥ ହେଇନଥିଲେ ତେଣୁ ଚିରକୁଟ ନାମକ ଏକ ଚଳଚିତ୍ର ରେ ସଂଗୀତ ନିର୍ଦେଶନା ଦେଇଥିଲେ I ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଇସାରିଛନ୍ତି ଏବଂ ଆଗାମୀ ରଜରେ ତାଙ୍କ ଅଭିନୀତ ମୁଁ ଚୁଲ୍ ବୁଲ୍ ପାଣ୍ଡେ ଆସୁଛି ଯେଉଁଥିରେ ସେ ଜଣେ ପଲିସ ଭୂମିକା ନିଭେଇଥିବା ବେଳେ ସଂଗୀତ ଭାର ସମ୍ଭାଳିଛନ୍ତି ଅଭିଜିତ ମଜୁମଦାର I

ତେବେ ରାଜନୀତି କୁ ନେଇ ପପୁ କହିଛନ୍ତି କି ସେ ଭୁଲ ରେ ସେଥିରେ ସାମିଲ ହେଇଯାଇଥିଲେ କିନ୍ତୁ କଳାକାର ର କୌଣସି ଦଳ ନଥାଏ ,ସେ ରାଜନୀତି କୁ ଯିବା ଉଚିତ ନୁହେଁ I ସୂଚନା ଥାଉ କି ପପୁ ବିଜେଡି ରେ ମିଶି ଚମ୍ପୁଆ ରେ ନିର୍ବାଚନ ଲଢ଼ିଥିଲେ ଏବଂ ପରାସ୍ତ ହେଇଥିଲେ I

Leave a Reply

Your email address will not be published. Required fields are marked *