ଅନୁଭବ ଙ୍କ ପାଇଁ ପ୍ରଚାର ମୈଦାନ କୁ ଏକାଠି ଓଲ୍ହାଇଲେ ଏଲିନା ଏବଂ ବର୍ଷା

ଏବେ ଡହ ଡହ ଖରାରେ ସାରା ଓଡିଶା ତାତୁଥିବା ବେଳେ ସବୁଠୁ ଅଧିକ ତାପମାତ୍ରା ରହିଛି କେନ୍ଦ୍ରାପଡା ରେ I ପାଣିପାଗ ତାପମାତ୍ରା ଠାରୁ ରାଜନୈତିକ ତାପମାତ୍ରା ଯଥେଷ୍ଟ ରହିଛି I କେନ୍ଦ୍ରାପଡାରେ ବାବୁସାନ ବୈଜୟନ୍ତ ପଣ୍ଡାଙ୍କୁ ସପୋର୍ଟ କରୁଥିବାବେଳେ ବିଜେଡି ନେତା ଅନୁଭବଙ୍କ ପାଇଁ ଏକାଠି ହୋଇଛନ୍ତି ବର୍ଷା ଓ ଏଲିନା I କେନ୍ଦ୍ରାପଡାରେ ଅନୁଭବଙ୍କ ପ୍ରଚାର ପାଇଁ ଏକାଠି ହୋଇଛନ୍ତି ଓଲିଉଡୁ ର ଦୁଇ ନାୟିକା ବର୍ଷା ପ୍ରିୟଦର୍ଶିନୀ ଏବଂ ଏଲିନା ସାମନ୍ତରାଏ I

ରିୟଲ ଲାଇଫିରେ ଏଲିନା ଏବଂ ବର୍ଷାଙ୍କ ସମ୍ପର୍କ ଭଲ ନଥିବାବେଳେ ଦୁହେଁ ଦୁହିଁଙ୍କୁ ଆଭୋଏଡ଼ କରିଥିବାର ଦେଖାଯାଇଥିଲା ଆଉ ଏବେ ଦୁହେଁ ଏକାଠି ହୋଇ ଅନୁଭବଙ୍କ ପାଇଁ ପ୍ରଚାର କରୁଛନ୍ତି I ବିଗତ ଦିନରେ ଦେଖାଯାଇଥିଲା କି ଏଲିନା ଙ୍କୁ ନେଇକି ବର୍ଷା ଏବଂ ଅନୁଭବ ଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଇଥିଲା I

ଏନେଇ ବର୍ଷା କହିଛନ୍ତି କି ଅନୁଭବ ମହାନ୍ତି ସାଂସଦ ପ୍ରାର୍ଥୀ ଅଛନ୍ତି କେନ୍ଦ୍ରାପଡାରେ I ମୁ ଯେହେତୁ ତାଙ୍କ ଲାଇଫି ପାର୍ଟନର ତାଙ୍କ ଲାଇଫି ସହିତ ଜଡିତ ଅଛି ଆଉ ଜୀବନରେ ସବୁ ସମୟରେ ମୁ ତାଙ୍କର ସାଥ ଦେବୀ ସେଇଟା ମୋର ଭଲପାଇବା ଓ କର୍ତବ୍ୟ ତାଙ୍କ ପ୍ରତି ଓ ଦାଇତ୍ୱ ମଧ୍ୟ I

ବହୁତ ଖୁସି ଲାଗୁଛି ତାଙ୍କ ସହିତ ଜନସମର୍ଥନ ଅଛି ଓ ପ୍ରବଳ ମାତ୍ରାରେ ଏତେ ସମ୍ମାନ ଅଛି ବିଜୁ ଜନତା ଦଳ ପ୍ରତି ଅନୁଭବ ମହାନ୍ତି ଜଣେ ଏମିତି ମଣିଷ ଯାହାକୁ ସମସ୍ତେ ଭଲପାଇବା ଦେଇଛନ୍ତି ଖାଲି ଓଡ଼ିଶାରେ ନୁହଁ ଓଡିଶା ବାହାରେ ମଧ୍ୟ ତାଙ୍କୁ ବହୁତ ଭଲପାଇବା ଦେଇଛନ୍ତି ସେ ହଉଛନ୍ତି ବହୁତ ଟ୍ୟାଲେଣ୍ଟେଡ ପର୍ସନ ମୋ ବିଶ୍ୱାସ ତାଙ୍କୁ ଯେଉଁ ଦାଇତ୍ୱ ଦିଆଯାଇଛି ତାକୁ ବହୁତ ଭଲଭାବରେ କରିବେ ଓ ତାଙ୍କର ବହୁତ ସ୍ବପ୍ନ ଓ ଲକ୍ଷ ଅଛି ଓଡିଶା ପାଇଁ ସେ ନିଶ୍ଚୟ ଭଲ ଭାବରେ ତାଙ୍କ ଦାଇତ୍ୱ ନିଭେଇବେ I

Leave a Reply

Your email address will not be published. Required fields are marked *