ଷ୍ଟ୍ରଙ୍ଗରୁମ୍ ସାମ୍ନାରୁ ମଧ୍ୟ ରାତିରେ ଜଣେ ଇଞ୍ଜିନିୟରଙ୍କୁ ଧରିଲେ ବିଜେପି କର୍ମୀ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଯାଇଥିବା ବେଳେ କିଛି ଜାଗାରେ ବୁଥ୍ ରିଂଗିଙ୍ଗ ଅଭିଯୋଗ ଆସିଛି I ତେବେ ନିର୍ବାଚନ ପ୍ରକ୍ରିୟା କୁ ସମ୍ପୂର୍ଣ୍ଣ ସ୍ୱର୍ଛ କରିବାକୁ ନିର୍ବାଚନ ଅଧିକାରୀ ପ୍ରାଣପ୍ରଣେ ଲାଗିପଡିଛନ୍ତି I ଉଭୟ ବିଜେପି ଏବଂ ବିଜେଡି ଇଭିଏମ ଟାମ୍ପରିଂ ସନ୍ଦେହ କରୁଥିବା ବେଳେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା I ସୂଚନା ଅନୁଯାଇ କେନ୍ଦୁଝର ରେ ଷ୍ଟ୍ରଙ୍ଗ ରୁମ୍ ରେ ରହିଥିବା ଇଭିଏମ୍ ମେସିନ ଟାମ୍ପରିଂ କରିବାକୁ ଉଦ୍ୟମ ଅଭିଯୋଗ ହେଇଛି I ରାତି ଅଧରେ ଯେଉଁଠି ଇଭିଏମ୍ ମେସିନ ରୁହେ ସେଠାରେ ଜୈନିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି I

ଗତକାଲି ଓଏସ୍ଏମ୍ଇ ସ୍କୁଲ ପରିସରରେ ଜଣେ ଅଜଣା ଯୁବକ ବୁଲୁଥିବାର ଦେଖାଯିବା ପରେ ପହରା ଦେଉଥିବା ବିଜେପି କର୍ମକର୍ତା ମାନଙ୍କର ସନ୍ଦେହ ବଢିଥିଲା I ସେହି ଯୁବକ ଙ୍କୁ ଫଲୋ କରିବା ପରେ ଦେଖାଯାଇଥିଲା କି ଏକ ବୋଲର ଗାଡି ସେଠାରୁ ଦ୍ରୁତଗତିରେ ପଳାଇଥିଲା ଯେଉଁଥିରେ କି କିଛି ବ୍ୟକ୍ତି ଥିଲେ I

ବିଜେପି କର୍ମକର୍ତା ମାନେ ସେହି ଯୁବକ ଙ୍କୁ ମାଡିବସି କାବୁ କରିନେଇଥିଲେ ଏବଂ ପୋଲିସ ର ଜିମା ଦେଇଛନ୍ତି

I ପରିଚୟ ରୁ ଜଣାପଡିଛି କି ସେ ଜଣେ ଇଂଜିନିୟର ଏବଂ ତାଙ୍କ ନାମ ଆଶାପ୍ରଦୀପ ମହାନ୍ତି I ଯୁବକ ଜଣଙ୍କ ମାଇନିଂ ସ୍କୁଲକୁ ପରମିସନ ନେଇ କିଛି କାମରେ ଆସିଛନ୍ତି ଆସିଥିବା କହିଥିଲେ ମଧ୍ୟ ଏତେ ରାତିରେ କାହିଁକି ଆସିଥିଲେ ତାହାକୁ ନେଇ ତଦନ୍ତ ଜାରି ରହିଛି I ଏହା ସହିତ ଅନ୍ୟମାନେ କାହିଁକି ଦୌଡ଼ି ପଳାଇଲେ ତାହା ମଧ୍ୟ ଚର୍ଚ୍ଚା ଚାଲିଛି I

Leave a Reply

Your email address will not be published. Required fields are marked *