ଗଞ୍ଜାମ ରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଲେ ବାବା

ବାବାଙ୍କ ନାମରେ ପୁଣି ଆସିଛି ସଙ୍ଗୀନ ଅଭିଯୋଗ I ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହେଇଛନ୍ତି ଜଣେ ବାବା I ଘଟଣାଟି ଗଞ୍ଜାମ ର I ମିଳିଥିବା ଖବର ଅନୁଯାଇ ,ଗଞ୍ଜାମ ଜିଲ୍ଲା ରମ୍ଭା ର ଏକ ମଠକୁ ଆସିଥିବା ଜଣେ 8ବର୍ଷୀୟା ନାବାଳିକା କୁ ଏକାକୀ ପାଇ ବାବା ତାକୁ ଘରକୁ ଡାକି ଅସଦାଚରଣ କରିଥିଲେ I ଝିଅଟି ଭୟରେ କାନ୍ଦି ଦୌଡ଼ି ବାକୁ ଲାଗିଥିଲା

I ବାହାରେ ଲୋକମIନେ ଝିଅକୁ ପଚାରିବାରେ ଘଟଣା ସମ୍ପର୍କ ରେ ଜଣାପଡିଥିଲା I ଏନେଇ ନାବାଳିକା ଝିଅର ପରିବାର ଲୋକେ ରମ୍ଭା ଥାନାରେ ଏତଲା ଦେଇଥିଲେ I ପୋଲିସ ଏତଲା ପାଇବା ପରେ ସମ୍ପୃକ୍ତ ବାବାଙ୍କୁ ଗିରଫ କରି ଉଭୟ ନାବାଳିକା ଏବଂ ବାବାଙ୍କୁ ଡାକ୍ତରୀ ମାଇନା ପାଇଁ ମେଡିକାଲ ପଠାଇଥିବା ବେଳେ ,ଅଧିକ ସୂଚନା ପାଇଁ ଘଟଣା ସ୍ଥଳରେ ଯାଞ୍ଚ କରୁଛି I

ଏଭଳି ବାବାଙ୍କୁ କଠୋର ଦଣ୍ଡ ଦେବାକୁ ଗ୍ରାମବାସୀ ଏବଂ ପରିବାର ଲୋକ ଦାବି କରୁଥିବା ବେଳେ ଅନ୍ୟପକ୍ଷରେ ଗିରଫ ହେଇଥିବା ବାବାଜଣଙ୍କ କହିଛନ୍ତି କି ଏହା ତାଙ୍କ ବିରୁଧରେ ଏକ ଷଡଯନ୍ତ୍ର I ସେ ସେଭଳି କୌଣସି କାର୍ଯ୍ୟ କରିନାହାନ୍ତି I

Leave a Reply

Your email address will not be published. Required fields are marked *