ଧନୀ ଲୋକଙ୍କର ଚୌକିଦାରୀ କରୁଥିବା ଲୋକ ନୁହେଁ, ଦେଶକୁ ରାହୁଲଙ୍କ ଭଳି ପ୍ରଧାନମନ୍ତ୍ରୀ ଦରକାର : ତେଜସ୍ୱୀ ଯାଦବ

ବର୍ତ୍ତମାନ ନିର୍ବାଚନ ତୃତୀୟ ପର୍ଯ୍ୟାୟ ରେ ଆସି ପହଞ୍ଚିଯାଇଛି। ଏବଂ ଏଥି ପାଇଁ ସବୁ ରାଜନେତା ମାନେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଆସନ୍ତା ଶୁକ୍ରବାର ହେବାକୁ ଯାଉଥିବା ନିର୍ବାଚନ କୁ ଦୃଷ୍ଟି ରେ ରଖି ବିହାର ର ସମସ୍ତନିପୁର ରେ ଏକ ନିର୍ବାଚନ ରାଲି ର ଆୟୋଜନ କରାଯାଇଥିଲା। ଯେଉଁଥିରେ ରାଷ୍ଟ୍ରୀୟ ଦଳ ର ନେତା ଟେଜସ୍ଵିନି ଯାଦବ ମୋଦି ପ୍ରଧାନମନ୍ତ୍ରୀ ହେବାପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି। କାରଣ ସେ କେବଳ ଧନୀ ଲୋକ ଙ୍କ ଚୌକିଦାରି କରନ୍ତି ଓ ଗରିବ ଲୋକଙ୍କ କଥା ବୁଝନ୍ତି ନାହିଁ ବୋଲି ସେ କହିଛନ୍ତି। କିନ୍ତୁ କଂଗ୍ରେସ ସବୁବେଳେ ଗରିବ ଲୋକଙ୍କ କଥା ବୁଝି ଆସିଛି ବୋଲି ସେ କହିଛନ୍ତି।

ଦେଶରେ ମୋଦି ନୁହନ୍ତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବ ଉଚିତ୍ ବୋଲି ସେ କହିଛନ୍ତି। ଏହା ସହ ସେ କହିଛନ୍ତି କି ୨୦୧୪ ନିର୍ବାଚନ ରେ ବିଜେପି କହୁଥିଲା କି ‘ ହର ହର ମୋଦି ‘ ‘ଘର ଘର ମୋଦି ‘। କିନ୍ତୁ ଆମେ ସେତେବେଳେ ବି କହୁଥିଲୁ ଓ ଏବେ ବି କହୁଥିଲୁ ‘ ବଡ଼ ବଡ଼ ମୋଦି ‘ ‘ ଗଡବଡ ମୋଦି ‘। କାରଣ ସେ କେବଳ ପ୍ରତିଶ୍ରୁତି ଦେଇ ଜାଣନ୍ତି। କିନ୍ତୁ କାମରେ ଦେଖାଇ ପାରନ୍ତି ନାହିଁ। ଯାହା ୫ ବର୍ଷ ରେ ପ୍ରମାଣ ହୋଇଛି।

Leave a Reply

Your email address will not be published. Required fields are marked *