ବିଜୁ ଯୁବ ବାହିନୀ ସଦସ୍ୟଙ୍କୁ ଡାକିକି ଏମିତି କଣ ବୁଝାଇଲେ ହରି ଯେ ଭିଡିଓ ଭାଇରଲ !!

ଏବେ ଚାଲିଛି ନିର୍ବାଚନ ପ୍ରଚାର I ନେତା ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ପ୍ରଚାର ମୈଦାନ ରେ I କିଭଳି ଭୋଟର ମାନଙ୍କୁ ପ୍ରଭାବିତ କରାଯାଇପାରିବ ସେନେଇ ସମସ୍ତ ରାଜନୈତିକ ଦଳ ଗୁଡିକ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି I ଏହିକ୍ରମରେ ଓଡ଼ିଶାର କମେଡି ମାଷ୍ଟର ତଥା ବିଜେପି ନେତା ହରିହର ଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି I ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି I ସୂଚନା ଅନୁଯାଇ ଏକ ପ୍ରଚାର ସମୟରେ ହରିହର ଙ୍କ ନଜର ଆସିଥିଲା କିଛି ବିଜୁ ଯୁବ ବାହିନୀ ର ଯୁବକ ମାନଙ୍କ ଉପରେ ,ଯୁବକ ମାନେ ମଧ୍ୟ ପାଖରେ ହରି ଙ୍କୁ ପାଇ ଦଳ ଭୁଲିଯାଇ ଦଉଡିଯାଇଥିଲେ ତାଙ୍କ ପାଖକୁ I

ହରି ଯୁବକ ମାନଙ୍କୁ ବୁଝାଇ କହିଥିଲେ କି ତମମାନଙ୍କ ଭଳି ଯୁବକ ମାନେ ଦେଶ ର ଉର୍ନ୍ନତି ରେ ଭାଗିଦାରୀ ହେବା ଉଚିତ I ଏମିତି 400/500 ନେଇକି ପ୍ରଚାର କରନି I ଶଙ୍ଖ ଉଇ ଖାଇଗଲାଣି ,ନରେନ୍ଦ୍ର ମୋଦି ଙ୍କୁ ଭୋଟ ଦିଅ ଦେଶ ଆଗେଇବ ,ତମ ମାନଙ୍କ ଭଳି ଯୁବକ ମାନଙ୍କ ଭବିଷ୍ୟତ ଉଜ୍ଜଳ ହେବ I

ଆହୁରି ମଧ୍ୟ କହିଥିଲେ କି ଯଦି ବିଜେଡି ପଇସା ଦେଉଛି ତମେ ଖର୍ଚ୍ଚ କର ,ତାଙ୍କ ପାଖରେ ବହୁତ ପଇସା ଅଛି କିନ୍ତୁ ଭୋଟ କେବଳ ବିଜେପି କୁ ହିଁ ଦିଅ I ଏହି ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *